ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଶୋକ ପ୍ରକାଶ

Advertisment
ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ବର ଜଲ୍ଲା ବାହାନଗା ନିକଟରେ ସାଲିମାର – ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ସହିତ ବିପରୀତ ଦିଗରୁ ଆସୁଥିବା ବାଙ୍ଗାଲୋର – ହାୱାଡା ଏକ୍ସପ୍ରେସ ମୁହାଁମୁହିଁ ଧକ୍କାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଉକ୍ତ ଘଟଣା ପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟୁଇଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତମାନଙ୍କ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଗୁରୁତର ଆହତଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହାତ ହୋଇଥିବା ଲୋକଙ୍କୁ ୫୦,୦୦୦ ଟଙ୍କା କ୍ଷତି ପୂରଣ ଦିଆଯିବ ବୋଲି ଘୋ‌ଷଣା କରାଯାଇଛି ।

ସେ କହିଛନ୍ତି ଯେ, ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ଆବଶ୍ୟକ ପଡିଲେ ବାୟୁସେନାକୁ ବି ନି‌ୟୋଜିତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe