ରାଜ୍‌-ସିମରନ୍‌ଙ୍କ କଥା ମନେପକାଇ ଦେଲେ ରେଳମନ୍ତ୍ରୀ,ଚଳନ୍ତା ଟ୍ରେନରେ ନ ଚଢ଼ିବା ପାଇଁ ଅନୁରୋଧ କଲେ

Advertisment
ରାଜ୍‌-ସିମରନ୍‌ଙ୍କ କଥା ମନେପକାଇ ଦେଲେ ରେଳମନ୍ତ୍ରୀ,ଚଳନ୍ତା ଟ୍ରେନରେ ନ ଚଢ଼ିବା ପାଇଁ ଅନୁରୋଧ କଲେ

Images Dawn

ନୂଆଦିଲ୍ଲୀ: ଭାରତରେ ଚଳନ୍ତା ଟ୍ରେନରେ ଚଢ଼ି ହେଉଥିବା ଦୁର୍ଘଟଣା ଅତି ସାଧାରଣ କଥା । ଏହା ଫଳରେ ଅନେକଙ୍କର ଜୀବନ ଯିବା ସହ ଅନେକ ନିଜର ଗୋଡ଼ହାତ ବି ହରାଇ ବସନ୍ତି । ଏପରି ଦୁର୍ଘଟଣାକୁ ରୋକିବା ସହ ଲୋକମାନଙ୍କୁ ସତର୍କ କରାଇବା ପାଇଁ ରେଳବାଇ ଏବେ ନିଆରା ପଦକ୍ଷେପ ନେଇଛି । ରେଳମନ୍ତ୍ରୀ ପିୟୁଷ ଗୋଏଲ ସୁପରହିଟ୍‌ ବଲିଉଡ୍‌ ଫିଲ୍ମ ‘ଦିଲ୍‌ଓ୍ଵାଲେ ଦୁଲ୍ହନିଆ ଲେ ଜାଏଙ୍ଗେ’ର ଏକ ଦୃଶ୍ୟ ମନେପକାଇ ଚଳନ୍ତା ଟ୍ରେନରେ ନ ଚଢ଼ିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

ଏହି ଫିଲ୍ମର ଶେଷ ଦୃଶ୍ୟରେ ଟ୍ରେନ୍‌ ଛାଡ଼ି ଦେବାରୁ ଟ୍ରେନକୁ ଧରିବା ପାଇଁ ସିମରନ୍‌(କାଜୋଲ) ଦୌଡ଼ୁଥିବା ବେଳେ ରାଜ (ଶହାରୁଖ୍‌ ଖାନ୍‌ ) ତାଙ୍କୁ ଚଢ଼ିବାରେ ସାହାଯ୍ୟ କରିବା ପାଇଁ ହାତ ବଢ଼ାଉଥିବା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟକୁ ମନେପକାଇ ଲୋକମାନଙ୍କୁ ସଚେତନ ରହିବାକୁ କହିବା ସହ ରେଳ ଟ୍ରାକ୍‌ରେ ମଳତ୍ୟାଗ କରି ଏହାକୁ ଅପରିଷ୍କାର କରନ୍ତୁ ନାହିଁ ବୋଲି ଟ୍ଵିଟ୍‌ କରିଛନ୍ତି ପୀୟୁଷ ଗୋଏଲ୍‌ ।

ଏହା ସହ ‘ଦିଲ୍‌ଓ୍ଵାଲେ ଦୁଲ୍ହନିଆ ଲେ ଜାଏଙ୍ଗେ’ରେ ଥିବା ଏକ ଗୀତର ସାହାରା ନେଇ ‘ହର୍‌ ଉତ୍ସବ ମେଁ ଅପକୋ ଅପ୍‌କେ ପରିବାର ତକ୍‌ ପହଁଚକର ଖୁସିୟୋଁ କୋ କଇ ଗୁନା ବଢ଼ାନେ ଓ୍ଵାଲି ଭାରତୀୟ ରେଲ୍‌’ ଲେଖିି ସେ ଲୋକମାନଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି ।


ଏହା ସହ ରେଳ ଲାଇନ୍‌କୁ ସଫା ରଖିବା ପାଇଁ ସେ ‘ପଟରିୟାଁ ରେଲ କେ ଲିଏ ହୈ,ଶୌଚ କେ ଲିଏ ନେହିଁ’ ଲେଖି ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।


ସୂଚନା ଅନୁଯାୟୀ, ୨୦୧୪-୧୫ରେ ରେଳ ଦୁର୍ଘଟଣାରେ ୧୦୪ ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୦୧୬-୧୭ରେ ଏହା ବଢ଼ି ୧୯୩ରେ ପହଞ୍ଚିଥିଲା। ଏହାର ମାତ୍ରାକୁ କମ କରିବା ପାଇଁ ରେଳ ମନ୍ତ୍ରୀ ଏଭଳି ନିଆରା ଢ଼ଙ୍ଗରେ ସଚେତନ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe