ମାଲକାନଗିରିଠାରୁ ଭଦ୍ରାଚଳମ ଓ ନବରଂଗପୁରଠାରୁ ଜୁନାଗଡ଼ ଯୋଡ଼ି ହେବ ରେଳ ଲାଇନ୍: ଅଶ୍ୱିନୀ ବୈଷ୍ଣବ

Advertisment
ମାଲକାନଗିରିଠାରୁ ଭଦ୍ରାଚଳମ ଓ ନବରଂଗପୁରଠାରୁ ଜୁନାଗଡ଼ ଯୋଡ଼ି ହେବ ରେଳ ଲାଇନ୍: ଅଶ୍ୱିନୀ ବୈଷ୍ଣବ

wikipedia

ମାଲକାନଗିରି: କେନ୍ଦ୍ର ରେଳବାଇ, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହିତ ପ୍ରସ୍ତାବିତ ମାଲକାନଗିରି - ଭଦ୍ରାଚଳମ୍ ରେଳ ଲାଇନ୍ ପ୍ରକଳ୍ପ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ୧୭୩.୪୧୬ କିଲୋମିଟର ଲମ୍ବା ମାଲକାନଗିରି - ଭଦ୍ରାଚଳମ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପକୁ ଗତ ୨୦୨୧ ସେପ୍ଟେମ୍ବର ୨୧ରେ ରେଳବାଇ ବୋର୍ଡ ଦ୍ୱାରା ସ୍ୱୀକୃତି ଦିଆଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨୮୦୦ କୋଟି ଟଙ୍କା। ଏହି ପ୍ରକଳ୍ପରେ ୪୮ଟି ଗୁରୁତ୍ୱପୂର୍ଣ୍ଣ ଏବଂ ୧୬୫ଟି ଛୋଟ ବ୍ରିଜ୍ ସହିତ ୨୧୩ଟି ସେତୁ ରହିବ।
ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ଓଡ଼ିଶାର ୬ଟି ଷ୍ଟେସନ୍ ମାଲକାନଗିରି, ବାଦଲି, କୋୱାସିଗୁଡା, ରାଜଙ୍ଗୁଡା, ମହାରାଜାପଲ୍ଲୀ ଓ ଲୁଣୀମାନଗୁଡା ଥିବାବେଳେ ତେଲେଙ୍ଗାନାର କନ୍ନପୁରମ୍, କୁଟୁଗୁଟା, ପାଲୁ, ନନ୍ଦିଗାମ, ଭଦ୍ରାଚଳମ୍ ଏବଂ ପାଣ୍ଡୁରଙ୍ଗାପୁରମ୍ ଠାରେ ଷ୍ଟେସନ୍ ନିର୍ମାଣ କରାଯିବ।
ସର୍ଭେ ପାଇଁ ଆନୁମାନିକ ମୂଲ୍ୟ ୩୦୭.୬୪ ଲକ୍ଷ ଟଙ୍କା ଗତ ଜାନୁଆରି ମାସରେ ମଞ୍ଜୁର ହୋଇଛି। ୨୩୧ ଲକ୍ଷ ଟଙ୍କା ସର୍ଭେ ପାଇଁ ଫେବ୍ରୁଆରି ମାସ ୨୭ ତାରିଖରେ ଟେଣ୍ଡର ଆୱାର୍ଡ କରାଯାଇଛି। ଏହି ପ୍ରକଳ୍ପର ବିଭିନ୍ନ ଦିଗକୁ ଅଧ୍ୟୟନ ପରେ ଆଲାଇନମେଣ୍ଟ ଚୂଡାନ୍ତ କରାଯାଇଛି। ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ସର୍ଭେ କାର୍ଯ୍ୟ ସମାପ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe