ସାହା ହେଲେ ରେଳମନ୍ତ୍ରୀ: ଟ୍ରେନ୍‌ ୪ ଘଣ୍ଟା ବିଳମ୍ବ, ବର ଛାନିଆ

ଯାତ୍ରୀ ସେବାକୁ ନେଇ ଉଦାସୀନତା କାରଣରୁ ବାରମ୍ବାର ଚର୍ଚ୍ଚାରେ ରହୁଥିବା ରେଳବାଇ ନିକଟରେ ଚନ୍ଦ୍ରଶେଖର ବାଘ ନାମକ ଜଣେ ବ୍ୟକ୍ତିଙ୍କ ବିବାହ ଯୋଜନାକୁ ଲାଇନଚ୍ୟୁତ ହେବାରୁ ରକ୍ଷା କରିଛି।

wqe

ହାଓଡ଼ା: ଯାତ୍ରୀ ସେବାକୁ ନେଇ ଉଦାସୀନତା କାରଣରୁ ବାରମ୍ବାର ଚର୍ଚ୍ଚାରେ ରହୁଥିବା ରେଳବାଇ ନିକଟରେ ଚନ୍ଦ୍ରଶେଖର ବାଘ ନାମକ ଜଣେ ବ୍ୟକ୍ତିଙ୍କ ବିବାହ ଯୋଜନାକୁ ଲାଇନଚ୍ୟୁତ ହେବାରୁ ରକ୍ଷା କରିଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିର୍ଦ୍ଦେଶକ୍ରମେ ରେଳବାଇ କର୍ତ୍ତୃପକ୍ଷଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ବର ଓ ତାଙ୍କର ୩୪ ଜଣିଆ ଦଳ ଠିକ୍ ସମୟରେ ବିବାହ ଦିନ ପହଞ୍ଚିପାରିଥିଲେ। ଚନ୍ଦ୍ରଶେଖର ବାଘ ତାଙ୍କ ସମ୍ପର୍କୀୟଙ୍କ ସହ ଗୀତାଞ୍ଜଳି ଏକ୍ସପ୍ରେସରେ ମୁମ୍ବାଇରୁ ଗୁଆହାଟୀ ଯାଉଥିଲେ, ଯେଉଁଥିରେ ୩-୪ ଘଣ୍ଟା ବିଳମ୍ବ ହୋଇଥିଲା। ବାଘ ଖୁବ୍‌ଶୀଘ୍ର ଅନୁଭବ କଲେ ଯେ ବିଳମ୍ବ ଯୋଗୁଁ ସେମାନେ କୋଲକାତାର ହାଓଡ଼ାରେ ସଂଯୋଗକାରୀ ଟ୍ରେନ୍ ସରାଇଘାଟ ଏକ୍ସପ୍ରେସକୁ ଧରିପାରିବେ ନାହିଁ। ସମୟ ନଷ୍ଟ ନ କରି ବାଘ ଏକ୍ସରେ ଯାଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପରିସ୍ଥିତିର ଗମ୍ଭୀରତା ବିଷୟରେ ଅବଗତ କରାଇଥିଲେ। ବାଘ ଜଣାଇଥିଲେ ଯେ ତାଙ୍କ ଦଳରେ ବରିଷ୍ଠ ନାଗରିକ ଅଛନ୍ତି। ୩୪ ଜଣ ଯାତ୍ରୀଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବାର କୌଣସି ଉପଯୁକ୍ତ ବିକଳ୍ପ ନ ଥିବାରୁ ବାଘ ଭୟ କରିଥିଲେ ଯେ ସେ ଠିକ୍ ସମୟରେ ନିଜ ବିବାହରେ ପହଞ୍ଚି ପାରିବେ ନାହିଁ। ତେବେ ବର ପାଇଁ ଖୁସିର କଥା ହେଲା ମନ୍ତ୍ରୀଙ୍କଠାରୁ ତୁରନ୍ତ ପ୍ରତିକ୍ରିୟା ମିଳିଥିଲା।

ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜରଙ୍କ ନିର୍ଦ୍ଦେଶକ୍ରମେ ଏବଂ ହାଓଡାର ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆର୍‌ଏମ୍‌) ଓ ସିନିୟର ଡିଭିଜନାଲ କମର୍ସିଆଲ ମ୍ୟାନେଜର (ଏସ୍‌ଆର୍‌ ଡିସିଏମ୍‌)ଙ୍କ ସମନ୍ୱିତ ଉଦ୍ୟମରେ ଏକାଧିକ ପଦକ୍ଷେପ ନିଆଯାଇଥିଲା। ସରାଇଘାଟ ଏକ୍ସପ୍ରେସ ହାଓଡ଼ାଠାରେ କିଛି ଅଧିକ ସମୟ ପାଇଁ ଅଟକିଥିଲା। ଏଥିସହ ଗୀତାଞ୍ଜଳି ଏକ୍ସପ୍ରେସର ପାଇଲଟଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଯିବା ସହ ଏହାର ଆଗମନକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗୀତାଞ୍ଜଳି ଏକ୍ସପ୍ରେସ୍ ଯେପରି ବିନା ବିଳମ୍ବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବ ସେଥିପାଇଁ ରେଳବାଇ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

ଏହି ସମୟରେ ହାଓଡ଼ାର ଷ୍ଟେସନ କର୍ମଚାରୀମାନେ ସରାଇଘାଟ ଏକ୍ସପ୍ରେସ ଥିବା ପ୍ଲାଟଫର୍ମ ୯କୁ ପ୍ଲାଟଫର୍ମ ୨୧ରୁ ଯାତ୍ରୀ ଓ ସେମାନଙ୍କ ଲଗେଜ୍‌କୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଏହି ପ୍ରୟାସ ଯୋଗୁଁ ଗୀତାଞ୍ଜଳି ଏକ୍ସପ୍ରେସ୍ ସଂଶୋଧିତ କାର୍ଯ୍ୟସୂଚୀ ପୂର୍ବରୁ ହାଓଡ଼ାରେ ପହଞ୍ଚିଥିଲା। ଏହା ପହଞ୍ଚିବା ମାତ୍ରେ ରେଳ କର୍ମଚାରୀମାନେ ସମସ୍ତ ୩୫ ଜଣ ସଦସ୍ୟଙ୍କୁ କିଛି ମିନିଟ୍ ମଧ୍ୟରେ ସରାଇଘାଟ ଏକ୍ସପ୍ରେସରେ ଚଢ଼ିବାକୁ ସୁନିଶ୍ଚିତ କରିଥିଲେ। କୃତଜ୍ଞତା ଜ୍ଞାପନ କରି ବାଘ କହିଛନ୍ତି, ଏହା କେବଳ ଏକ ସେବା ନୁହେଁ ବରଂ ଅତ୍ୟନ୍ତ ଦୟାଶୀଳ କାର୍ଯ୍ୟ ଥିଲା। ଏହି ହସ୍ତକ୍ଷେପ ବିନା, ମୁଁ ଓ ମୋ ପରିବାର ଆମ ଜୀବନର ଏକ ଅପୂରଣୀୟ ମୁହୂର୍ତ୍ତକୁ ହାତଛଡ଼ା କରିଥାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe