ନୂଆ ଗାନ୍ଧୀନଗର ଷ୍ଟେସନରେ ସେଲ୍‌ଫି ଉଠାଇଲେ ରେଳମନ୍ତ୍ରୀ

ନୂଆ ଗାନ୍ଧୀନଗର ଷ୍ଟେସନରେ ସେଲ୍‌ଫି ଉଠାଇଲେ ରେଳମନ୍ତ୍ରୀ

Twitter

ଗାନ୍ଧୀନଗର : ଅତ୍ୟାଧୁନିକ ଗାନ୍ଧୀ ନଗର ରେଳ ଷ୍ଟେସନକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନବୀକୃତ ରେଳ ଷ୍ଟେସନର ଉଦ୍‌ଘାଟନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରକଳ୍ପକୁ ବୁଲି ଦେଖିଛନ୍ତି। ଟିକଟ କାଉଣ୍ଟର ନିକଟରେ ମନ୍ତ୍ରୀ ଏକ ସେଲ୍‌ଫି ଉଠାଇବା ସହିତ ତାହାକୁ ଟ୍ବିଟ୍ କରିଛନ୍ତି।

ଉକ୍ତ ଷ୍ଟେସନକୁ ବିମାନ ବନ୍ଦରର ରୂପ ଦିଆଯାଇଛି। ଏଥିସହିତ ଏଠାରେ ପଞ୍ଚ ତାରକା ହୋଟେଲ ମଧ୍ୟ ସ୍ଥାପନ ହୋଇଛି। ଉକ୍ତ ରେଳ ଷ୍ଟେସନ ଦେଶର ଆକାଂକ୍ଷା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ପୂରଣ କରୁଥିବା ରେଳମନ୍ତ୍ରୀ କହିଛନ୍ତି। ଦେଶରେ ଏହା ପ୍ରଥମ ଅତ୍ୟାଧୁନିକ ରେଳ ଷ୍ଟେସନର ରୂପ ନେଇଛି। ‌ଅଶ୍ବିନୀ ବୈଷ୍ଣବଙ୍କ ସହିତ ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ଜରଦୋସ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe