ଲକ୍‌ଡାଉନ୍‌ କ୍ଷତି ଭରଣା ପାଇଁ ରେଳ ବିଭାଗ କାଟିବ ୧୩ ଲକ୍ଷ କର୍ମଚାରୀଙ୍କ ଦରମା! ଭାଇରାଲ ହେଉଥିବା ଖବର ମିଥ୍ୟା; ସ୍ପଷ୍ଟକଲା ପିଆଇବି

Advertisment
ଚୀନ କମ୍ପାନିକୁ ଦିଆଯାଇଥିଲା ଠିକା ରଦ୍ଦ କଲା ଭାରତୀୟ ରେଳ

New Indian Express

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ରାତିଦିନ ଏକ କରି ଦେଇଥିବା ବେଳେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଗୋଟିଏ ମିଥ୍ୟା ଖବର ବା ଫେକ୍‌ ନ୍ୟୁଜ୍‌ ସରକାରଙ୍କୁ ସମସ୍ୟାରେ ପକାଇବା ସହ ସରକାରଙ୍କର ଚିନ୍ତାକୁ ବଢ଼ାଇ ଦେଉଛି।

ଏହି କ୍ରମରେ ଗତ ସୋମବାର ଦିନ ସୋସିଆଲ ମିଡିଆରେ ଗୋଟିଏ ଖବର ଖୁବ୍‌ ଭାଇରାଲ ହୋଇଥିଲା। ଖବରଟି ଥିଲା ଯେ ଦେଶରେ କରୋନାର ସଂକ୍ରମଣକୁ ରୋକିବା ପାଇଁ ସରକାର ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା କରିଛନ୍ତି ଏବଂ ଏହି ଲକ୍‌ଡାଉନ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‌ଡାଉନ୍‌ କାରଣରୁ ରେଳ ଚଳାଚଳ ସଂପୂର୍ଣ୍ଣ ଠପ୍‌ ହୋଇ ପଡ଼ିଥିବାରୁ ରେଳ ବିଭାଗ ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି। ତେବେ, ଏହି କ୍ଷତିର ଆଂଶିକ ଭରଣା ପାଇଁ ରେଳ ବିଭାଗରେ କାର୍ଯ୍ୟରତ ୧୩ ଲକ୍ଷ ଅଧିକାରୀ ଓ କର୍ମଚାରୀଙ୍କ ଦରମା କାଟ ପାଇଁ ରେଳ ବିଭାଗ କୁଆଡ଼େ ନିଷ୍ପତ୍ତି ଗ୍ରହଣ କରିଛି?

ଏହି ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ରେଳବିଭାଗରେ କାର୍ଯ୍ୟରତ ୧୩ ଲକ୍ଷ କର୍ମଚାରୀଙ୍କୁ ଚିନ୍ତାଗ୍ରସ୍ତ କରି ପକାଇଥିଲା। ଭାଇରାଲ ହୋଇଥିବା ଏହି ଖବରଟିର ସତ୍ୟତା ଜାଣିବାକୁ ସେମାନେ ଅସ୍ତବ୍ୟସ୍ତ ହୋଇ ଉଠିଥିଲେ। ତେବେ, କେନ୍ଦ୍ର ସରକାରଙ୍କର ପ୍ରେସ୍‌ ଇନଫରମେସନ ବ୍ୟୁରୋ (ପିଆଇବି) ବା ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଏ ସଂପର୍କରେ ଆଜି ଏକ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଭାଇରାଲ ହୋଇଥିବା ଖବରଟି ସଂପୂର୍ଣ୍ଣର୍ ମିଥ୍ୟା। ରେଳ ବିଭାଗ କର୍ମଚାରୀଙ୍କ ଦରମା କାଟ ପାଇଁ କୌଣସି ନିଷ୍ପତ୍ତି ନେଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe