ନୂଆଦିଲ୍ଲୀ: ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପ୍ରୋଫାଇଲ୍କୁ ଅନୁଧ୍ୟାନ କରୁଛି ରେଳ ମନ୍ତ୍ରାଳୟ। କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ୍ ସୋମବାର ପ୍ରକାଶ କରିଛନ୍ତି ଯେ ଲୋକମାନଙ୍କୁ ଠିକ୍ ବାର୍ତ୍ତା ଦେବା ଉଦେଶ୍ୟରେ ତାଙ୍କ ମନ୍ତ୍ରାଳୟ ପକ୍ଷରୁ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପ୍ରୋଫାଇଲ୍ ଅନୁଧ୍ୟାନ କରିବା ଆରମ୍ଭ କରାଯାଇଛି।
ଗୋଏଲ୍ ଆହୁରି ବି କହିଛନ୍ତି ଯେ ପୂର୍ବରୁ କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଛି।
ଇଂଲଣ୍ଡରେ ହେଉଥିବା ଇଣ୍ଡିଆ ଡେ କନ୍କ୍ଲେଭ୍ରେ ଯୋଗ ଦେବାକୁ ତିନି ଦିନିଆ ଗସ୍ତରେ ଯାଇ ଗୋଏଲ କହିଛନ୍ତି କି ‘ରେଳ ବିଭାଗରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାର ସମସ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।’
Follow Us