ଲୋକୋପାଇଲଟ ସିଟରେ ବସି ରିଲ କରୁଥିବା ଦୁଇ ଯୁବକଙ୍କୁ ଗିରଫ କଲା ପୁଲିସ: ରେଳବାଇ ଦେଲା ଏଭଳି ଚେତାବନୀ

Advertisment
ଲୋକୋପାଇଲଟ ସିଟରେ ବସି ରିଲ କରୁଥିବା ଦୁଇ ଯୁବକଙ୍କୁ ଗିରଫ କଲା ପୁଲିସ: ରେଳବାଇ ଦେଲା ଏଭଳି ଚେତାବନୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦୁଇଜଣ ଯୁବକଙ୍କୁ ଟ୍ରେନ ଇଞ୍ଜିନ ଭିତରେ ପଶି ଲୋକୋପାଇଲଟଙ୍କ ସିଟରେ ବସି ରିଲ କରୁଥିବା ଦେଖିବାକୁ ମିଳୁଛି।

ଏହି ଘଟଣା ଭାଇରାଲ ହେବାପରେ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ତୁରନ୍ତ ଗିରଫ କରିଥିଲା।

ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣାଟି କାସାରା ଷ୍ଟେସନରେ ଘଟିଛି। ଏଠାରେ ଦୁଇଜଣ ଯୁବକ ଅନୁମତି ବିନା ଟ୍ରେନ ଇଞ୍ଜିନ ଭିତରେ ପଶି ଲୋକୋପାଇଲଟଙ୍କ ସିଟରେ ବସି ରିଲ କରୁଥିଲେ। ଉକ୍ତ ରିଲ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ପୁଲିସ ଦୁଇଜଣ ଯୁବକଙ୍କ ପରିଚୟ ଖୋଜି ତୁରନ୍ତ  ଗିରଫ କରି ଜେଲ ପଠାଇ ଦେଇଛି। ଗିରଫ ପରେ ଦୁଇଜଣ ଯୁବକ ନିଜର ଦୋଷ ସ୍ବୀକାର କରିବା ସହିତ ଏଭଳି ଭୁଲ ଦ୍ବିତୀୟଥର ନକରିବା ପାଇଁ କଥା ଦେଇଛନ୍ତି।

ଏଥିରେ ଦୁଇଜଣ ଯୁବକ ଟ୍ରେନ ଇଞ୍ଜିନ ଭିତରେ ପଶି ଏଭଳି ରିଲ କରୁଥିବା ବେଳେ କିଏ କେମିତି ଦେଖି ପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମଧ୍ୟ ରେଲୱେ ଏହି ଘଟଣାକୁ ନେଇ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛି, ‘ନିୟମର ଉଲ୍ଲଂଘନ କରନ୍ତୁ ନାହିଁ। ମନେ ରଖନ୍ତୁ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବିପଦ‌ରେ ପକାନ୍ତୁ ନାହିଁ। ଏମିତି କାମ ନିଜେ କରନ୍ତୁ ନାହିଁ କି ଯିଏବି କରୁଛନ୍ତି ତାଙ୍କୁ ବାରଣ କରିବା ସହିତ ତୁରନ୍ତ ଆମକୁ ୯୦୦୪୪୧୦୭୩୫ ଓ ୧୩୯‌ରେ ରିପୋର୍ଟ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe