ସିଏଏ ଆନ୍ଦୋଳନ କାଳରେ ରେଳବାଇର ନଷ୍ଟ ହୋଇଥିବା ୮୦ କୋଟି ଟଙ୍କାର ସମ୍ପତ୍ତି ଆନ୍ଦୋଳନକାରୀଙ୍କ ଠାରୁ ଆଦାୟ କରାଯିବ: ରେଳ ବୋର୍ଡ ଅଧ୍ୟକ୍ଷ

Advertisment
ସିଏଏ ଆନ୍ଦୋଳନ କାଳରେ ରେଳବାଇର ନଷ୍ଟ ହୋଇଥିବା ୮୦ କୋଟି ଟଙ୍କାର ସମ୍ପତ୍ତି ଆନ୍ଦୋଳନକାରୀଙ୍କ ଠାରୁ ଆଦାୟ କରାଯିବ: ରେଳ ବୋର୍ଡ ଅଧ୍ୟକ୍ଷ

News Nation

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ୍‌ (ସିଏଏ)କୁ ବିରୋଧ ଆଳରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାରେ ଭାରତୀୟ ରେଳବାଇର ୮୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ସ୍ତରରେ କରା ଯାଇଥିବା ଆକଳନରୁ ଜଣାପଡ଼ିଛି। ଦେଶର ବିଭିନ୍ନ ସ୍ଥାନରେ ସିଏଏକୁ ବିରୋଧ ଆଳରେ ଆନ୍ଦୋଳନକାରୀମାନେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବା ସହ ଜାତୀୟ ସମ୍ପତ୍ତିକୁ ମଧ୍ୟ ଭଙ୍ଗାରୁଜା କରିବା ଏବଂ ନଷ୍ଟ କରିବାକୁ ପଛଘୁଞ୍ଚା ଦେଇ ନଥିଲେ। ତେବେ, ସିଏଏ ବିରୋଧୀ ହିଂସାରେ ଯେଉଁମାନେ ସଂପୃକ୍ତ ରହି ରେଳବାଇର ଏହି ୮୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରିଥିଲେ, ସେମାନଙ୍କୁ ଏବେ ଚିହ୍ନଟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମସ୍ତଙ୍କୁ ଚିହ୍ନଟ କରାଯିବା ପରେ ଏମାନଙ୍କ ଠାରୁ ରେଳବାଇର ନଷ୍ଟ ହୋଇଥିବା ସମସ୍ତ ସମ୍ପତ୍ତିର ମୂଲ୍ୟ ଅର୍ଥାତ୍‌ ଏହି ୮୦ କୋଟି ଟଙ୍କାକୁ ଆଦାୟ କରାଯିବ ବୋଲି କହିଛନ୍ତି ଭାରତୀୟ ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ।

publive-image News Nation

ଉଲ୍ଲେଖଯୋଗ୍ୟ, ଦେଶର ବିଭିନ୍ନ ସ୍ଥାନରେ ସିଏଏକୁ ବିରୋଧ ଆଳରେ ଆନ୍ଦୋଳନକାରୀମାନେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରି ଭାରତୀୟ ରେଳବାଇର ବହୁ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ମଧ୍ୟ ନଷ୍ଟ କରିଥିଲେ। ବିଭିନ୍ନ ସ୍ଥାନରେ ରେଳଗାଡ଼ି ଉପରକୁ ଟେକା ପଥର ମାଡ଼ କରି ସେଗୁଡ଼ିକୁ ଭାଙ୍ଗିବା, ରେଳ କୋଚ୍‌ରେ ନିଆଁ ଲଗାଇଦେବା, ବିଭିନ୍ନ ଷ୍ଟେସନମାନଙ୍କରେ ଭଙ୍ଗାରୁଜା କରିବା ଆଦି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିଥିଲେ ଆନ୍ଦୋଳନକାରୀମାନେ। ଏଥିରେ ରେଳବାଇର ୮୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe