ପାର୍ବଣ ଉପଲକ୍ଷେ ରେଳବାଇ ଚଲାଇବ ୪୦୦୦ ସ୍ୱତନ୍ତ୍ର ରେଳ: ମନୋଜ ସିହ୍ନା

Advertisment
Manoj Sinha

Photo Courtesy of TOI

ନୂଆଦିଲ୍ଲୀ: ଆଗାମୀ ପାର୍ବଣ ଉପଲକ୍ଷେ ଭାରତୀୟ ରେଳବାଇ ୪୦୦୦ ସ୍ୱତନ୍ତ୍ର ରେଳ ଚଳାଇବ ବୋଲି ରେଳବାଇ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ମଙ୍ଗଳବାର ଦିନ କହିଛନ୍ତି।

ଆସନ୍ତା ୪୦ ଦିନ ମଧ୍ୟରେ ଆମେ ଦୁର୍ଗାପୂଜା, ଦଶହାରା, ଦୀପାବଳି ଏବଂ ଛଟ୍‌ ଉତ୍ସବ ପାଳନ କରିବୁ। ତେଣୁ ଅକ୍ଟୋବର ୧୫ରୁ ଅକ୍ଟୋବର ୩୦ ତାରିଖ ମଧ୍ୟରେ ଛୁଟିଦିନିଆ ଯାତାୟାତ ପାଇଁ ଆମେ ଅତିରିକ୍ତ ରେଳ ପ୍ରଚଳନ କରୁଛୁ ବୋଲି ସେ କହିଛନ୍ତି।

ସିହ୍ନା କହିଛନ୍ତି: ଛୁଟିଦିନିଆ ଗହଳି ମୁକାବିଲା କରିବାକୁ ମନ୍ତ୍ରାଳୟ ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ କରିବାକୁ ବିଚାର କରୁଛନ୍ତି।

ବଡ଼ ବଡ଼ ସହରର କେତେକ ସବ୍‌-ଷ୍ଟେସନ୍‌ରୁ ମଧ୍ୟ ସ୍ୱତନ୍ତ୍ର ରେଳ ଚଳାଚଳ କରିବ ବୋଲି ରେଳବାଇ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe