ରେଳବାଇ କାର୍ଯ୍ୟ ସଂସ୍କୃତି ନେବ ନୂଆ ରୂପ

Advertisment

ଲାଗିପଡ଼ିଛନ୍ତି ଅଶ୍ବିନୀ ବୈଷ୍ଣବ, ମୌସୁମୀ ଅଧିବେଶନରେ ଦେଖିବାକୁ ମିଳିବ ଝଲକ

ଲାଗିପଡ଼ିଛନ୍ତି ଅଶ୍ବିନୀ ବୈଷ୍ଣବ, ମୌସୁମୀ ଅଧିବେଶନରେ ଦେଖିବାକୁ ମିଳିବ ଝଲକ

ଅଶ୍ବିନୀ ବୈଷ୍ଣବଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ରେଳ, ସୂଚନା ପ୍ରଯୁକ୍ତି ଓ ଯୋଗ‌ାଯୋଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବା ପରଠାରୁ ସେ ତାଙ୍କର ଅଭିନବ କାର୍ଯ୍ୟଶୈଳୀକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି। ପ୍ରଶାସନିକ ସ୍ତରରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ଅଶ୍ବିନୀ ଦାୟିତ୍ବ ନେବାର ପ୍ରଥମ ଦିନରୁ ପ୍ରଧାନମନ୍ତ୍ରୀଙ୍କ ବିକାଶ ସୂଚୀକୁ କାର୍ଯ୍ୟକାରୀ କରିବାରେ ଅହରହ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଭାରତୀୟ ରେଳବାଇକୁ କି ଭଳି ନୂଆ ସ୍ବରୂପ ଦିଆଯିବ, ଏହାକୁ ହାସଲ କରିବା ପାଇଁ ଅଶ୍ବିନୀ ମିସନ୍‌ ମୋଡ୍‌ରେ ତାଙ୍କ କାର୍ଯ୍ୟଧାରାକୁ ଜାରି ରଖିଛନ୍ତି।

ପ୍ରଶାସକରୁ ନେତା ଓ ନେତାରୁ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଅଶ୍ବିନୀ ‘ଲେସ୍‌ ଟକ୍‌ ୱାର୍କ ମୋର୍‌’ ଉପରେ ବିଶ୍ବାସ ରଖନ୍ତି। ରେଳମନ୍ତ୍ରୀ ରୂପେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ଲଗାତାର ଦେଶର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ସେ ସମୀକ୍ଷା କରୁଛନ୍ତି। ନିର୍ଦ୍ଧାରଣ କରାଯାଇଥିବା ଲକ୍ଷ୍ୟ ଅନୁସାରେ ଅଧିକାରୀମାନଙ୍କୁ କାର୍ଯ୍ୟ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଜାରି କରୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିର୍ଦ୍ଧାରିତ ଲକ୍ଷ୍ୟ ପୂର୍ବରୁ ପ୍ରକଳ୍ପଗୁଡିକର କାର୍ଯ୍ୟ କିଭଳି ତ୍ବରାନ୍ବିତ ହୋଇପାରିବ ସେ ନେଇ ଅଧିକ ତତ୍ପରତା କାର୍ଯ୍ୟରେ ଆଣିବା ପାଇଁ ତାଙ୍କର ସ୍ବତନ୍ତ୍ର ଫୋକସ୍‌ ରହିଛି। ଜାରି ରହିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତଥା ପ୍ରସ୍ତାବିତ ପ୍ରକଳ୍ପର ସମୀକ୍ଷା ନିୟମିତ ଭାବେ କରାଯିବା ଦ୍ବାରା ଦୀର୍ଘ ଦିନରୁ ଅଟକି ରହିଥବା ପ୍ରକଳ୍ପର କାର୍ଯ୍ୟ ଗତିଶୀଳ ହେବ ବୋଲି ଆଶା ଉଦ୍‌ଜୀବିତ ହୋଇଛି। ରେଳ ବିଭାଗର ପ୍ରଚଳିତ ବ୍ୟବସ୍ଥାରେ ଆଗାମୀ ଦିନରେ ଆହୁରି କିଛି ବଡ଼ ଧରଣର ସେ ପରିବର୍ତ୍ତନ କରିପାରନ୍ତି ବୋଲି ରେଳ ଭବନ କରିଡରରେ ଚର୍ଚ୍ଚା ଆରମ୍ଭ ହେଲାଣି। ସାଧାରଣତଃ ଦିନରାତି ୨୪ ଘଣ୍ଟା ଲଗାତାର କାମ କରିବା ଦ୍ବାରା ରେଳକର୍ମୀ ରେଲୱେକୁ ନିଜର ପରିବାର ଭଳି ବିବେଚନ କରିଥାନ୍ତି। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପରିବାରର ଧାରାକୁ ଯଥେଷ୍ଟ ମର୍ଯ୍ୟାଦା ଦେଉଥିବା କୁହାଯାଉଛି। ସୂଚନାଯୋଗ୍ୟ, ରେଳମନ୍ତ୍ରୀ ରୂପେ ଦାୟିତ୍ବ ନେବା ପରେ ଅଶ୍ବିନୀ ରେଳମନ୍ତ୍ରୀଙ୍କ ପ୍ରକୋଷ୍ଠର ଅଧିକାରୀ ଓ କର୍ମଚାରୀଙ୍କୁ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ସକାଳ ୭ଟାରୁ ରାତ୍ରି ୧୨ଟା ପର୍ଯ୍ୟନ୍ତ ଲଗାତାର କାର୍ଯ୍ୟକରୁଥିବା କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ, ଏହି ନିର୍ଦ୍ଦେଶର ଲକ୍ଷ୍ୟ। ଏହା ଦ୍ବାରା କର୍ମଚାରୀମାନେ ଚାପମୁକ୍ତ ଓ ଆରାମରେ ନିଜର କାର୍ଯ୍ୟ ସଂପାଦିତ କରିପାରିବେ।

ଭାରତୀୟ ରେଳକୁ ଏକ ନୂଆ ସୋପାନରେ ପହଂଚାଇବାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବେଶ୍‌ ସକ୍ରିୟ ରହିଥିବା ବେଳେ ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ତାଙ୍କର କାର୍ଯ୍ୟର ଝଲକ ଦେଖିବାକୁ ମିଳିବ। ସଂସଦ ଅଧିବେଶନ ସମୟରେ ଅଧିକାଂଶ ସାଂସଦ ସେମାନଙ୍କ ସଂସଦୀୟ କ୍ଷେତ୍ରରେ ରେଳ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି, କ୍ରିୟାନ୍ବୟନକୁ ନେଇ ଗୃହରେ ଅଣତାରକା, ତାରକା ପ୍ରଶ୍ନ କରିଥାନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ରେଳ ପ୍ରସଙ୍ଗ ମଧ୍ୟ ଅତ୍ୟଧିକ ଗୁରୁତ୍ବ ବହନ କରିଥାଏ। ଏମିତିରେ ରେଳମନ୍ତ୍ରୀଙ୍କ ସଂସଦ ଅଧିବେଶନ ଅବଧିରେ ଦାୟିତ୍ବ ଦ୍ବିଗୁଣିତ ହୋଇଥାଏ।

ସୂତ୍ର ଅନୁସାରେ, ସଂସଦର ମୌସୁମୀ ଅଧିବେଶନରେ ରେଳ , ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରାଳୟର କାର୍ଯ୍ୟ ଓ ପଦକ୍ଷେପ ସଂପର୍କରେ ଯେ କୌଣସି ପ୍ରଶ୍ନର ସମ୍ମୁଖୀନ ହେବା ପାଇଁ ଅଶ୍ବିନୀ ଆଗୁଆ ହୋମୱାର୍କ କରିସାରିଛନ୍ତି। ଶାସକ ଓ ବିରୋଧୀ ଦଳ ସଦସ୍ୟମାନଙ୍କ ପ୍ରଶ୍ନ ସାମ୍ନା କରିବା ଅଶ୍ବିନୀଙ୍କ ପାଇଁ ଆହ୍ବାନପୂର୍ଣ୍ଣ ହେବନାହିଁ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe