ଟ୍ରେନ ରୋକିବା ପରେ ରେଳ ଫାଟକ ବନ୍ଦ କଲେ ଚାଳକ, ଜାଣନ୍ତୁ ଏହା ପଛର କାରଣ

Advertisment
ଟ୍ରେନ ରୋକିବା ପରେ ରେଳ ଫାଟକ ବନ୍ଦ କଲେ ଚାଳକ, ଜାଣନ୍ତୁ ଏହା ପଛର କାରଣ

ପାଟନା: ଯେତେବେଳେ ଟ୍ରେନ୍ କୌଣସି ରେଳ ଫାଟକ ଦେଇ ଯିବାର ଥ‌ାଏ, ସେହି ରେଳ ଫାଟକକୁ ୧୦ମିନିଟ୍ ପୂର୍ବରୁ ବନ୍ଦ କରିଦିଆଯାଇଥାଏ। ବେଳେ ବେଳେ ଟ୍ରେନ ଆସିବା ସମୟରେ ରେଳ ଫାଟକ ବନ୍ଦ ନଥିବାରୁ ବା ରେଳ ଫାଟକ ନଥିବାରୁ ଦୁର୍ଘଟଣା ଘଟିଥାଏ। ପୂର୍ବରୁ ଏଭଳି ଅନେକ ଘଟଣା ଘଟିଥିବା ବେଳେ ଏବେ ବି ଲୋକେ ସଚେତନ ହୋଇନଥିବା ଜଣାପଡ଼ିଛି। ବିହାରରେ ଘଟିଥିବା ଏକ ଘଟଣା ଏହା ପ୍ରମାଣ କରିଛି। ବିହାର କେସିୱାନରେ ଥିବା ସିୱାନ୍-ମଶ୍ରକ୍ ରେଳ ବିଭାଗରେ ଅବସ୍ଥିତ ମହାରାଜଗଞ୍ଜ ରଗଡ଼ଗଞ୍ଜ ଝାଲା ନିକଟରେ ଟ୍ରେନ ଆସିବା ସମୟରେ ରେଳ ଫାଟକ ବନ୍ଦ ନଥିବା ଦେଖିବାକୁ ମିଳିଥିଲା।

ସବୁଠାରୁ ବଡ଼ କଥା ହେଲା ରେଳ ଫାଟକ ବନ୍ଦ କରିବା ପାଇଁ ଟ୍ରେନକୁ ରୋକାଯାଇଥିଲା। ଏହା ପରେ ଲୋକ ପାଇଲଟ ଆସି ରେଳ ଫାଟକକୁ ବନ୍ଦ କରିଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଠି ଟ୍ରେନ ଭିତରୁ ଲୋକ ପାଇଲଟ ଓହ୍ଲାଇ ଆସି ରେଳ ଫାଟକ ବନ୍ଦ କରିବା ସହ ପୁଣି ଥରେ ଟ୍ରେନକୁ ଚଢ଼ୁଥିବା ଦେଖାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଅନେକ ବର୍ଷ ହେଲାଣି ଏଭଳି ଚାଲି ଆସିଛି। ଅନେକ ସମୟରେ ରେଳ ଫାଟକ ବନ୍ଦ ନଥାଇ ବି ଟ୍ରେନ ଯିବା ଆସିବା କରିଥାଏ। ‌ଏନେଇ କେହି ଚିନ୍ତା କରୁନାହାନ୍ତି। କେତେବେଳେ କିଛି ଅଘଟଣ ଘଟିଲେ ଦାୟୀ କିଏ ରହିବ? ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।

ଏହି ପ୍ରସଙ୍ଗରେ ବାରାଣସୀ ରେଳ ବିଭାଗର ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର କହିଛନ୍ତି ଯେ ଏହାକୁ ଏକକ ଟ୍ରେନ୍ ସିଷ୍ଟମ କୁହାଯାଏ। ଯାହା ବି ଘଟିଛି, ନିୟମ ଅନୁଯାୟୀ ହୋଇଛି। ଏଠାରେ ଆମର ଏକ ନିୟମ ଅଛି ଯେ ଟ୍ରେନକୁ ରୋକି ରେଳ କର୍ମଚାରୀ ଲେଭଲ୍ କ୍ରସିଂ ଗେଟ୍ ବନ୍ଦ କରିବେ । ଏଥି ସହିତ ଗୋରଖପୁର ରେଳ ବିଭାଗର ବରିଷ୍ଠ ଇଞ୍ଜିନିୟର ଉପେନ୍ଦ୍ର ସିଂ କହିଛନ୍ତି ଯେ ମହାରାଜଗଞ୍ଜ-ମଶ୍ରକ ରେଳ ବିଭାଗରେ କୌଣସି କ୍ରସିଂ ଷ୍ଟେସନ ନାହିଁ, ଯେଉଁଥିପାଇଁ ଟ୍ରେନ୍ ଅଟକାଇବା ପରେ ହିଁ ଗେଟ୍ ବନ୍ଦ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe