କରୋନା ମୁକାବିଲା: ୨୫୦୦ରୁ ଅଧିକ ଡାକ୍ତର ଏବଂ ୩୫,୦୦୦ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରିଛି ରେଳବାଇ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Advertisment
କରୋନା ମୁକାବିଲା: ୨୫୦୦ରୁ ଅଧିକ ଡାକ୍ତର ଏବଂ ୩୫,୦୦୦ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରିଛି ରେଳବାଇ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

NDTV.com

ନୂଆଦିଲ୍ଲୀ: ଦେଶରେ କରୋନାର ମୁକାବିଲା ପାଇଁ ୮୦,୦୦୦ ପୃଥକବାସ ବା ଆଇସୋଲେସନ ଶଯ୍ୟା ପ୍ରସ୍ତୁତ କରିବାକୁ ଭାରତୀୟ ରେଳବାଇ ଦାୟିତ୍ୱ ନେଇଥିବା ବେଳେ ପ୍ରଥମେ ୫୦୦୦ କୋଚକୁ ଆଇସୋଲେସନ ୟୁନିଟରେ ପରିଣତ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଥିଲା | ସେଥିମଧ୍ୟରୁ ୩,୨୫୦ଟି କୋଚକୁ ବର୍ତ୍ତମାନ ସୁଦ୍ଧା ଆଇସୋଲେସନ ୟୁନିଟରେ ପରିଣତ କରାଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି |

ଏହା ସହ ରେଳବାଇ କରୋନା ମୁକାବିଲା ପାଇଁ ୨୫୦୦ରୁ ଅଧିକ ଡାକ୍ତର ଏବଂ ୩୫,୦୦୦ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରିଛି। ସେମାନଙ୍କୁ ୫୮୬ସ୍ୱାସ୍ଥ୍ୟ ୟୁନିଟ୍, ୪୫ ସବ୍ ଡିଭିଜନାଲ ହସ୍ପିଟାଲ୍, ୫୬ ଡିଭିଜନାଲ ହସ୍ପିଟାଲ୍, ୮ଉତ୍ପାଦନ ୟୁନିଟ୍ ହସ୍ପିଟାଲ୍ ଏବଂ ୧୬ ଜୋନାଲ୍ ହସ୍ପିଟାଲରେ କୋଭିଡ-୧୯ର ମୁକାବିଲା ପାଇଁ ନିୟୋଜିତ କରାଯାଇଛି ବୋଲି ଲବ ଅଗ୍ରୱାଲ କହିଛନ୍ତି |

ସେହିପରି ଏପର୍ଯ୍ୟନ୍ତ ଭାରତରେ ୧,୩୦,୦୦୦ନମୁନା ପରୀକ୍ଷା କରାଯାଇଛି | ସେ ମଧ୍ୟରୁ ୫,୭୩୪ ନମୁନାର ରିପୋର୍ଟ ପଜିଟିଭ୍ ଆସିଛି |  ଗତକାଲି ଆମେ ୧୩,୧୪୩ ନମୁନା ପରୀକ୍ଷା କରିଛୁ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ପକ୍ଷରୁ ଦୈନିକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe