Railways announced compensation for the accident: 10 lakhs to the families of the deceased, 2.5 lakhs to the injured Photograph: (Sambad.in)
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟା ଘଟଣାରେ ରେଳବାଇ କ୍ଷତିପୂରଣ ଘୋଷଣା କରିଛି। ଦଳାଚକଟାରେ ମୃତକଙ୍କ ପରିବାରକୁ ରେଳବାଇ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ସେହିପରି ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଆର୍ଥିକ ସହାୟତା ଦିଆଯିବ।
ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି।
ଶନିବାର ରାତି ପ୍ରାୟ ୧୦ଟାରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହୋଇଥିଲା। ଷ୍ଟେସନରେ ମହାକୁମ୍ଭ ଯାଉଥିବା ଯାତ୍ରୀମାନଙ୍କର ଏକ ବିରାଟ ଭିଡ଼ ଜମିଥିଲା। କିଛି ସମୟ ମଧ୍ୟରେ ଷ୍ଟେସନରେ ଦଳାଚକଟା ହୋଇଥିଲା। ଏନଡିଆରଏଫ କମାଣ୍ଡାଣ୍ଟ ଦୌଲତ ରାମ ଚୌଧରୀ କହିଛନ୍ତି ଯେ, ଏବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଆମେ ପ୍ଲାଟଫର୍ମ ନମ୍ବର ୧୪ ରେ ଦଳାଚକଟା ହୋଇଥିବା ସୂଚନା ପାଇଥିଲୁ।
ରେଳବାଇ ବୋର୍ଡ ରବିବାର କହିଛି ଯେ, ଏକ ଦୁଇ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ କମିଟି ଏହି ମାମଲାର ତଦନ୍ତ କରିବେ। କମିଟି ଗଠନ କରାଯାଇଛି। ରେଳ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସୂଚନା ଏବଂ ପ୍ରଚାର) ଦିଲୀପ କୁମାର କହିଛନ୍ତି ଯେ, ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଯାତ୍ରୀମାନଙ୍କୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଛି। ରେଳ ଷ୍ଟେସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ
ବକ୍ସର (ବିହାର) ନିବାସୀ ରବିନ୍ଦୀ ନାଥଙ୍କ ପତ୍ନୀ ଆହା ଦେବୀ (୭୯)
ସଙ୍ଗମ ବିହାର (ଦିଲ୍ଲୀ) ନିବାସୀ ଉପେନ୍ଦ୍ର ଶର୍ମାଙ୍କ ପତ୍ନୀ ପିଙ୍କି ଦେବୀ (୪୧)
ସରିତା ବିହାର (ଦିଲ୍ଲୀ) ନିବାସୀ ଉମେଶ ଗିରିଙ୍କ ପତ୍ନୀ ଶୀଲା ଦେବୀ (୫୦)
ବୱାନା (ଦିଲ୍ଲୀ) ନିବାସୀ ଧରମବୀରଙ୍କ ପୁଅ ଵ୍ୟୋମ (୨୫)
ପୁନମ ଦେବୀ (୪୦), ସାରଣ (ବିହାର) ନିବାସୀ ମେଘନାଥଙ୍କ ପତ୍ନୀ
ପରାଣା (ବିହାର) ନିବାସୀ ସନ୍ତୋଷଙ୍କ ସ୍ତ୍ରୀ ଲଳିତା ଦେବୀ (୩୫)
ମୁଜାଫରପୁର (ବିହାର) ନିବାସୀ ମନୋଜ ଶାହଙ୍କ ଝିଅ ସୁରୁଚି (୧୧)
ସମସ୍ତିପୁର (ବିହାର) ନିବାସୀ ବିଜୟ ଶାହାଙ୍କ ପତ୍ନୀ କୃଷ୍ଣା ଦେବୀ (୪୦)
ସମସ୍ତିପୁର (ବିହାର) ନିବାସୀ ରାମ ସରୂପ ସାହଙ୍କ ପୁଅ ବିଜୟ ସାହ (୧୫)
ନୀରଜ (୧୨), ବୈଶାଳୀ (ବିହାର) ନିବାସୀ ଇନ୍ଦ୍ରଜିତ ପାସୱାନଙ୍କ ପୁଅ
ନୱାଡା (ବିହାର) ନିବାସୀ ରାଜ କୁମାର ମାଞ୍ଝିଙ୍କ ପତ୍ନୀ ଶାନ୍ତି ଦେବୀ (୪୦)
ନୱାଡା (ବିହାର) ନିବାସୀ ରାଜ କୁମାର ମାଞ୍ଝିଙ୍କ ଝିଅ ପୂଜା କୁମାର (୮)
ଭିୱାନୀ (ହରିଆଣା) ନିବାସୀ ମୋହିତ ମଲିକଙ୍କ ପତ୍ନୀ ସଙ୍ଗୀତା ମଲିକ (୩୪)
ମହାବୀର ଏନକ୍ଲେଭର ବାସିନ୍ଦା ବୀରେନ୍ଦ୍ର ସିଂହଙ୍କ ପତ୍ନୀ ପୁନମ (୩୪)
ନାଙ୍ଗଲୋଇ (ଦିଲ୍ଲୀ) ନିବାସୀ ବିପିନ ଝାଙ୍କ ପତ୍ନୀ ମମତା ଝା (୪୦)
ସାଗରପୁର (ଦିଲ୍ଲୀ) ନିବାସୀ ଓପିଲ ସିଂହଙ୍କ ଝିଅ ରିଆ ସିଂହ (୦୭)
ବିଜୱାସନ (ଦିଲ୍ଲୀ) ନିବାସୀ ପ୍ରଭୁ ଶାହଙ୍କ ଝିଅ ବେବି କୁମାରୀ (୨୪)
ନାଙ୍ଗଲୋଇ (ଦିଲ୍ଲୀ) ନିବାସୀ ପଞ୍ଚଦେବ କୁଶୱାହାଙ୍କ ପୁଅ ମନୋଜ (୪୭)
ଅଧିକ ପଢ଼ନ୍ତୁ: ବାରାକ୍ ଓବାମା ସମଲିଙ୍ଗୀ, ସେ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି!: ଏଲନ୍ ମସ୍କଙ୍କ ବାପାଙ୍କ ବିବାଦୀୟ ଦାବି
କେତେକ ଯାତ୍ରୀଙ୍କ ଅନୁସାରେ ଟ୍ରେନରେ ଚଢୁଥିବା ଯାତ୍ରୀଙ୍କୁ ଅନେକ ଯାତ୍ରୀ ପଛରୁ ଟାଣି ତଳକୁ ଓହ୍ଲାଇ ନିଜେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ଏହା ଯୋଗୁ ଠେଲାପେଲା ଯୋଗୁ ପରିସ୍ଥିତି ଅଣାୟତ ହୋଇ ଯାଇଥିଲା।
ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ଅଘଟଣ: ଭିତରକାଠ ନିକଟରେ ରକ୍ତଛିଟା, ମହାପ୍ରଭୁଙ୍କର ଚାଲିଛି ବଡ଼ ମହାସ୍ନାନ ନୀତି
ଦଳାଚକଟା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ଦଳାଚକଟା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।
Follow Us