ରେଳବାଇ ଦ୍ୱାରା ୨୫୦୦ ବଗି ଆଇସୋଲେସନ୍‌ କୋଚକୁ ରୂପାନ୍ତରିତ

Advertisment
କରୋନା ସଂକ୍ରମଣ ରୋକିବ ରେଳବାଇର ସ୍ବତନ୍ତ୍ର କୋଚ୍‌, ପ୍ଲାଜ୍‌ମା ବାୟୁ ବିଶୋଧକ ବ୍ୟବସ୍ଥା ରହିବ

Gulf News

ନୂଆଦିଲ୍ଲୀ : ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣ ବିରୋଧରେ ଏବେ ସାରା ଦେଶରେ ସଂଗ୍ରାମ ଜାରି ରହିଥିବା ବେଳେ ଭାରତୀୟ ରେଳବାଇ ଏହି କାର୍ଯ୍ୟରେ ତା’ର ଦାୟିତ୍ୱ ସଂପାଦନ କରିଚାଲିଛି। ଏଭଳି ଜାତୀୟ ପ୍ରୟାସରେ ରେଳବାଇ ନିଜର ସକଳ ସାମର୍ଥ୍ୟ ଓ ସଂପଦକୁ ଉପଯୋଗ କରିଛି । ଫଳରେ ଅତି କମ ସମୟ ମଧ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ୫୦୦୦ଟି କୋଚକୁ ଆଇସୋଲେସନ୍ ୱାର୍ଡ଼ରେ ପରିଣତ କରିବା ନିମନ୍ତେ ଏହା ଉପରେ ଦିଆଯାଇଥିବା ଦାୟିତ୍ୱ ମଧ୍ୟରୁ ଏବେ ସୁଦ୍ଧା ରେଳବାଇ ୨୫୦୦ଟି କୋଚ୍‌ ପ୍ରସ୍ତୁତ କରିଛି ।

ଲକଡାଉନ୍‌ ସମୟରେ, ଯେତେବେଳେ କି ମାନବ ସମ୍ବଳ ସୀମିତ ହୋଇପଡ଼ିଛି ଏବଂ ଏହାକୁ ଅତି ସୀମିତ ଭାବେ ଏବଂ ପର୍ଯ୍ୟାୟ ଭିତ୍ତିରେ ଉପଯୋଗ କରାଯାଉଛି, ସେତେବେଳେ ରେଳବାଇର ବିଭିନ୍ନ ଜୋନ୍‌ ଏତେ ସଂଖ୍ୟକ କୋଚକୁ ଆଇସୋଲେସନ୍ ୱାର୍ଡ଼ରେ ପରିଣତ କରି ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବପର କରିପାରିଛନ୍ତି। ଏବେ ପ୍ରାୟ ୨୫୦୦ଟି କୋଚକୁ ଏଭଳି ପରିବର୍ତ୍ତନ କରାଯିବା ଦ୍ୱାରା, କରୋନା ସଂକ୍ରମିତଙ୍କ ସକାଶେ ୪୦,୦୦୦ ଆଇସୋଲେସନ ବେଡ଼ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇପାରିଛି ।

ଥରେ ଏଭଳି କୋଚର ନମୁନା ଢ଼ାଂଚା (ପ୍ରୋଟୋ ଟାଇପ୍‌)କୁ ମଞ୍ଜୁରି ମିଳିବା ପରେ ଏହାର ପରିବର୍ତ୍ତନ କାର୍ଯ୍ୟ ଜୋନାଲ ରେଳବାଇ ଦ୍ୱାରା ଆରମ୍ଭ ଯଥାଶୀଘ୍ର ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ ଦିନ ହାରାହାରି ୩୭୫ଟି ଲେଖାଏଁ କୋଚକୁ ଭାରତୀୟ ରେଳବାଇ ଆଇସୋଲେସନ ୱାର୍ଡ଼ ଭାବେ ରୂପାନ୍ତରୀତ କରିଥିଲା । ଏହି କାର୍ଯ୍ୟ ଦେଶର ୧୩୩ଟି ସ୍ଥାନରେ ରେଳବାଇ ଦ୍ୱାରା ସଂପାଦନ କରାଯାଉଛି ।

ଏହି କୋଚଗୁଡ଼ିକୁ ମେଡ଼ିକାଲ ଉପଦେଶିକା ମୁତାବକ ସମସ୍ତ ଚିକିତ୍ସା ସାଧନରେ ସଜ୍ଜିତ କରାଯାଇଛି । ଆଇସୋଲେସନ କୋଚରେ ସବୁ ପ୍ରକାର ଉପଦେଶିକା ଓ ଆବଶ୍ୟକତା ମୁତାବକ ରୋଗୀ ତଥା ସେମାନଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ଉତ୍ତମ ଅବସ୍ଥାନ ତଥା ମେଡ଼ିକାଲ ସୁପରଭିଜନର ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି ।

ସୂଚନାଯୋଗ୍ୟ ଯେ ଏଭଳି ଆଇସୋଲେସନ କୋଚଗୁଡ଼ିକ କେବଳ ଜରୁରି ପ୍ରସ୍ତୁତି ନିମନ୍ତେ ମହଜୁଦ ରହିବ ଯାହାକି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କୋଭିଡ଼-୧୯ ବିରୁଦ୍ଧରେ ଜାରି ସଂଗ୍ରାମର ଅଂଶବିଶେଷ ଭାବେ ପରିଗଣିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe