ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନରେ ଫସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଥିବା ରେଳ ଟିକେଟକୁ ପ୍ରତ୍ୟାହାର କରିନେଲା ରେଳ ବିଭାଗ

Advertisment
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନରେ ଫସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଥିବା ରେଳ ଟିକେଟକୁ ପ୍ରତ୍ୟାହାର କରିନେଲା ରେଳ ବିଭାଗ

Photo Credit: Today Times

ନୂଆଦିଲ୍ଲୀ: ଆଦର୍ଶ ନିର୍ବାଚନ ଆଚରଣ ବିଧି (ଏମ୍‌ସିସି) ଉଲ୍ଲଂଘନରେ ଛନ୍ଦି ହେବା ପୂର୍ବରୁ ଭାରତୀୟ ରେଳବାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ସମସ୍ତ ରେଳ ଟିକେଟକୁ ପ୍ରତ୍ୟାହାର କରି ନେଇଛି। ରେଳ ବିଭାଗର ସମସ୍ତ ୧୭ଟି ଯାକ ଜୋନ୍‌ରେ ଏହି ନିଷ୍ପତ୍ତିକୁ ଅବିଳମ୍ବେ କାର୍ଯ୍ୟକାରୀ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟର ଏକ ବିଜ୍ଞାପନ ରେଳ ଟିକଟ ପଛପଟେ ସ୍ଥାନ ପାଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଛପା ଯାଇଥିଲା। ତେବେ, ଗତ ମାର୍ଚ୍ଚ ୧୦ ତାରିଖ ଠାରୁ ସମଗ୍ର ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ବଳବତ୍ତର ଥିବା ବେଳେ ଏବେ ବି ରେଳ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଛପା ଥିବା ରେଳ ଟିକେଟ ଯାତ୍ରୀମାନଙ୍କୁ ପ୍ରଦାନ କରାଯିବା ଘଟଣା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ବୁଧବାର ଦିନ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ।

publive-image Photo Credit: Today Times

ତେବେ, ଏ ଅଭିଯୋଗ ଉପରେ ନିର୍ବାଚନ କମିଶନ ରେଳ ବିଭାଗକୁ କୌଣସି ନିର୍ଦ୍ଦେଶ ଦେବା ପୂର୍ବରୁ ରେଳ ବିଭାଗ ନିଜ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ସମସ୍ତ ରେଳ ଟିକେଟକୁ ପ୍ରତ୍ୟାହାର କରି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe