ଶ୍ରମିକ ଟ୍ରେନ ଚଳାଇ ୨୪୦୦କୋଟି ଖର୍ଚ୍ଚ କରି ମାତ୍ର ୪୨୯.୯୦କୋଟି ଟଙ୍କା ଆୟ କରିଛି ରେଳବାଇ

Advertisment
ଶ୍ରମିକ ଟ୍ରେନ ଚଳାଇ ୨୪୦୦କୋଟି ଖର୍ଚ୍ଚ କରି ମାତ୍ର ୪୨୯.୯୦କୋଟି ଟଙ୍କା ଆୟ କରିଛି ରେଳବାଇ

Zee News

ନୂଆଦିଲ୍ଲୀ: ରେଳବାଇ ଶ୍ରମିକ ଟ୍ରେନ୍ ଚଳାଇ ଜୁଲାଇ ୯ ମଧ୍ୟରେ ୪୨୯.୯୦କୋଟି ଟଙ୍କା ଆୟ କରିଛି। ଏ ନେଇ ଆଜି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଶ୍ରମିକ ଟ୍ରେନ୍ ଚଳାଇବାରେ ରେଳବାଇ ପ୍ରାୟ ୨୪୦୦କୋଟି ଟଙ୍କା ଖର୍ଚ୍ଚ କରିଛି।

ରେଳବାଇ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁରୁ ଯଥାକ୍ରମେ ୧୦୨କୋଟି, ୮୫ କୋଟି ଏବଂ ୩୪ କୋଟି ଟଙ୍କା ଭଡା ପାଇ ସର୍ବାଧିକ ରାଜସ୍ୱ ପାଇଛନ୍ତି। ଏହି ଭଡା ରାଜ୍ୟଗୁଡିକ ପ୍ରଦାନ କରିବାର ଥିଲା, ଯଦିଓ ସ୍ଥାନୀୟ ପ୍ରଶାସନ ପ୍ରବାସୀ ଶ୍ରମିକଙ୍କଠାରୁ ଟଙ୍କା ସଂଗ୍ରହ କରୁଥିବା ନେଇ ଅନେକ ଖବର ଆସିଥିଲା।

Special trains from Pune list: Expected train booking dates for ... Republic World

ମେ ୧ତାରିଖରୁ ଏହି ଟ୍ରେନ୍ ଗୁଡିକ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା। ମନ୍ତ୍ରଣାଳୟ ଜୁନ୍ ମାସରେ କହିଥିଲା ଯେ, ସ୍ବତନ୍ତ୍ର ଶ୍ରମିକ୍ ଟ୍ରେନରେ ପ୍ରବାସୀ ଭାରତୀୟଙ୍କ ପାଇଁ ହାରାହାରି ଭଡା ୬୦୦ଟଙ୍କା ରହିଥିଲା। କିନ୍ତୁ ଟ୍ରେନ୍ ଚଳାଇବାକୁ ରେଳବାଇ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରାୟ ୩୪୦୦ଟଙ୍କା ଖର୍ଚ୍ଚ ହୋଇଥିବା କହିଥିଲା, ଯେଉଁ ଟଙ୍କା ରାଜ୍ୟ ସରକାରଙ୍କଠାରୁ ନିଆଯାଇଥିଲା। ରେଳବାଇ ମେ ୧ରୁ ଜୁଲାଇ ୯ ମଧ୍ୟରେ ୪୪୯୬ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରି ୬.୩ ନିୟୁତ ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe