Image Source: Samayam
ନୂଆଦିଲ୍ଲୀ: ଆବଶ୍ୟକ ସ୍ଥଳେ ସମଗ୍ର ଦେଶର ଥିବା ରାଜ୍ୟମାନଙ୍କୁ ‘ମିଲ୍’ ପିଛା ୧୫ ଟଙ୍କା ମୂଲ୍ୟରେ ଦୈନିକ ୨. ୬ ଲକ୍ଷ ‘ମିଲ୍’ ଯୋଗାଇ ଦେବାକୁ ରେଳ ମନ୍ତ୍ରାଳୟ ଆଗ୍ରହ ପ୍ରକାଶ କରିଛି। ଦେଶବ୍ୟାପୀ ରେଳବାଇର ରୋଷେଇଶାଳ ରହିଥିବାରୁ ଜିଲ୍ଲା ପ୍ରଶାସନ ଅସହାୟମାନଙ୍କୁ ବଣ୍ଟିବା ପାଇଁ ଆବଶ୍ୟକ କରୁଥିବା ରନ୍ଧାଭୋଜନ ନେଇ ପାରିବେ।
ଏ ସଂକ୍ରାନ୍ତରେ ରେଳବାଇ ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ସୂଚନା ଦେଇ ସାରିଥିବା କଥା ଜଣାପଡ଼ିଛି। ଏହାଛଡ଼ା ଜୋନୱାରି ରୋଷେଇଶାଳ ଭାରପ୍ରାପ୍ତଙ୍କ ସମ୍ପର୍କରେ ରାଜ୍ୟମାନଙ୍କୁ ସବିସ୍ତାର ଜଣାଇ ଦିଆଯାଇଛି। ପରେ ରାଜ୍ୟ ସରକାର ଦେୟ ବାବଦରେ ହିସାବକିତାବ କଲେ ଚଳିବ ବୋଲି ରେଳମନ୍ତ୍ରାଳୟ କହିଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ ରେଳବାଇର ଟିକେଟ୍ ବୁକିଙ୍ଗ୍ ଏବଂ କ୍ୟାଟରିଙ୍ଗ୍ ସବ୍ସିଡାଇରି ‘ଆଇଆର୍ସିଟିସି’ର ରୋଷେଇଶାଳ ସମଗ୍ର ଦେଶରେ ରହିଛି।
Image Source: The Times of Indiaଏକ ବିବୃତିରେ ରେଳବାଇ କହିଛି ଯେ ଯୋଗାଣ ପାଇଁ ଚିହ୍ନିତ ସ୍ଥାନମାନଙ୍କରେ ଥିବା ରୋଷେଇଶାଳର ସାମର୍ଥ୍ୟଭିତ୍ତିରେ ଦୈନିକ ୨. ୬ ଲକ୍ଷ ‘ମିଲ୍’ ଯୋଗାଇବା ଆକଳନ କରାଯାଇଛି। ଯଦି ଆବଶ୍ୟକତା ବଢ଼େ ତେବେ ଯୋଗାଣ ବୃଦ୍ଧି ପାଇଁ ଅନ୍ୟାନ୍ୟ ଅଞ୍ଚଳରେ ଥିବା ରୋଷେଇଶାଳଗୁଡ଼ିକୁ ତାଲିକାଭୁକ୍ତ କରାଯିବ।
ଲକ୍ଡାଉନ୍ ସମୟରେ ରେଳବାଇ ଅସହାୟମାନଙ୍କୁ ଗରମ ରନ୍ଧାଭୋଜନ ଯୋଗାଇ ଆସୁଛି। ମଙ୍ଗଳବାର ସୁଦ୍ଧା ରେଳବାଇର ମିଲ୍ ଯୋଗାଣ ୨୦ ଲକ୍ଷ ଟପିଯାଇଛି।
‘ଆର୍ପିଏଫ୍’, ‘ଜିଆର୍ପି’ ବିଭିନ୍ନ ଜୋନ୍ରେ ଥିବା ବାଣିଜ୍ୟିକ ବିଭାଗ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ସହାୟତାରେ ଏହି ଖାଦ୍ୟ ବଣ୍ଟାଯାଉଛି।
Follow Us