YouTube
ନୂଆଦିଲ୍ଲୀ: ଯାତ୍ରୀମାନଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିବା ସକାଶେ କେନ୍ଦ୍ର ସରକାର ବେସରକାରୀ ଟ୍ରେନ୍ ଚଳାଚଳକୁ ପ୍ରୋତ୍ସାହନ ଦେବାକୁ ଚିନ୍ତା କରୁଛନ୍ତି। ବେସରକାରୀ କମ୍ପାନିମାନଙ୍କୁ ଟ୍ରେନ୍ ଚଳାଚଳ କରିବାକୁ ଆମନ୍ତ୍ରଣ ଦେବା ପାଇଁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛନ୍ତି।
ଯୋଜନା ମୁତାବକ, ରେଳବାଇ ଆଇଆରସିଟିସିକୁ କିଛି ଟ୍ରେନ୍ର ଚଳାଚଳ ପରିଚାଳନା ଦାୟିତ୍ବ ପ୍ରଦାନ କରିବ। ଟ୍ରେନଗୁଡ଼ିକ ଚଳାଚଳ କରିବା ପରେ ଯାହା ରୋଜଗାର ହେବ ତାହାର କିଛି ଭାଗ ଆଇଆରସିଟିସି ଭାରତୀୟ ରେଳକୁ ପ୍ରଦାନ କରିବ।
ବେସରକାରୀ ସଂସ୍ଥାଗୁଡ଼ିକ ଆଇଆରସିଟିସି ଦ୍ୱାରା ନିୟନ୍ତ୍ରିତ ହେବେ। ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ନୂଆ ରେଳ ଧାରଣା ସଂଯୋଗ କରିବ।
zeenews.india.comବେସରକାରୀ ସଂସ୍ଥାଗୁଡ଼ିକ ସହ ଭାଗୀଦାରୀରେ ବିଦେଶୀ ଟ୍ରେନ୍ ମଧ୍ୟ ଚଳାଚଳ କରିପାରନ୍ତି। ଏହି ବେସରକାରୀ ଟ୍ରେନ ଚଳାଚଳ ପଛର ଲକ୍ଷ୍ୟ ହେଉଛି ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇବା ଓ ସମସ୍ତ ପ୍ରକାର ଅତ୍ୟାଧୁନିକ କୌଶଳ ଉପଲବ୍ଧ କରାଇବା।
ଏବେ ସୁଦ୍ଧା ଏ ନେଇ କୌଣସି ପ୍ରସ୍ତୁତି ଆରମ୍ଭ ହୋଇନାହିଁ। ଏହି ନୂତନ ଯୋଜନା ବିଷୟରେ ଭଲ କରି ଚିନ୍ତା କରି ଏହାକୁ କାର୍ଯ୍ୟକାରୀ କରିବା ସକାଶେ ସରକାର ୧୦୦ ଦିନ ଟାର୍ଗେଟ ନିର୍ଦ୍ଧାରଣ କରିଛନ୍ତି।
Follow Us