ଡିଜେଲ୍‌ ଛାଡ଼ି ୧୦ ହଜାର କୋଟି ଟଙ୍କା ସଞ୍ଚୟ କରିବାକୁ ଯାଉଛି ରେଳବାଇ

Advertisment
ଡିଜେଲ୍‌ ଛାଡ଼ି ୧୦ ହଜାର କୋଟି ଟଙ୍କା ସଞ୍ଚୟ କରିବାକୁ ଯାଉଛି ରେଳବାଇ

Image Courtesy of The Better India

ବିଶ୍ୱର ଦୀର୍ଘତମ ରେଳପଥ ୬୬୦୦୦ କିଲୋମିଟର୍‌ ବ୍ୟାପ୍ତ ଭାରତୀୟ ରେଳ ନେଟ୍‌ଓ୍ଵାର୍କ ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ ବିଦ୍ୟୁତ୍‌କରଣ କରାଯିବାକୁ ଯୋଜନା କରାଯାଉଛି।

ବିଦ୍ୟୁତ୍‌କରଣ କରାଯିବା ଦ୍ୱାରା ପ୍ରଦୂଷଣର ମାତ୍ରା ଖୁବ୍‌ କମିଯିବ। ଭାରତରେ ଏକା ରେଳବାଇ ୨୫୦୦ ନିୟୁତ ଲିଟର୍‌ରୁ ଊର୍ଦ୍ଧ୍ୱ ଡିଜେଲ୍‌ ଏବଂ ୧୬୦୦୦ ୟୁନିଟ୍‌ ବିଦ୍ୟୁତ୍‌ ବ୍ୟବହାର କରୁଛି। ତେଣୁ ଇନ୍ଧନ ବାବଦରେ ରେଳ ମନ୍ତ୍ରାଳୟ ୧୦, ୫୦୦ କୋଟି ଟଙ୍କା ବ୍ୟୟ କରୁଛି।

ଆସନ୍ତା ଚାରି ବର୍ଷ ମଧ୍ୟରେ ସମଗ୍ର ନେଟ୍‌ଓ୍ଵାର୍କକୁ ବିଦ୍ୟୁତ୍‌କରଣ କରାଇବାକୁ ରେଳବାଇ ୩୫୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛି।
୨୦୨୧ ସୁଦ୍ଧା ଆମେ ଶତପ୍ରତିଶତ ବୈଦ୍ୟୁତିକରଣ ହେବୁ। ଏହା ଇନ୍ଧନ ବାବଦ ହେଉଥିବା ୨୬୫୦୦ କୋଟି ଟଙ୍କା ବ୍ୟୟକୁ ପ୍ରାୟ ୧୬୦୦୦ କୋଟି ଟଙ୍କାକୁ ହ୍ରାସ କରାଇବ ବୋଲି ଜଣେ ଅଧିକାରୀ କହିଛନ୍ତି। ସମ୍ପୂର୍ଣ୍ଣ ବିଦ୍ୟୁତ୍‌କରଣ କରାଇବାକୁ ରେଳବାଇ କେତେଗୁଡ଼ିଏ ଘରୋଇ କମ୍ପାନି ସହ କାର୍ଯ୍ୟ କରିବ।

ବିଦ୍ୟୁତ୍‌କରଣ କରାଯିବାକୁ ଥିବା ନେଟ୍‌ଓ୍ଵାର୍କ ନିମନ୍ତେ କିଲୋମିଟର୍‌ ପିଛା ୧ କୋଟିରୁ ସାମାନ୍ୟ ଅଧିକ ଖର୍ଚ୍ଚ ହେବ ବୋଲି ରେଳବାଇ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏହି ପ୍ରକଳ୍ପ ନିମନ୍ତେ ରେଳମନ୍ତ୍ରାଳୟ ପାଣ୍ଠି ଯୋଗାଇଦେବ। ଏଯାବତ୍‌ ପ୍ରାୟ ଅର୍ଦ୍ଧାଧିକ ରେଳ ଟ୍ରାକ୍‌ ବିଦ୍ୟୁତ୍‌କରଣ ସରିଛି।

ଇନ୍ଧନ ବ୍ୟୟକୁ ଆହୁରି ହ୍ରାସ କରାଇବାକୁ ବିତରକ କମ୍ପାନିମାନଙ୍କଠାରୁ ବିଦ୍ୟୁତ୍‌ ନ କିଣି ଉତ୍ପାଦନକାରୀଙ୍କ ଠାରୁ ରେଳବାଇ ବିଦ୍ୟୁତ୍‌ ଖରିଦ କରିବାକୁ ଚାହୁଁଛି। ଏହାଦ୍ୱାରା ଜାତୀୟ ପରିବହନକାରୀ ବର୍ଷକୁ ଅତିରିକ୍ତ ୨୫୦୦ କୋଟି ସଞ୍ଚୟ କରିପାରିବ।

ସମ୍ପୂର୍ଣ୍ଣ ବିଦ୍ୟୁତ୍‌ଚାଳିତ ଟ୍ରାକ୍‌ରେ ଚାଲିବା ନିମନ୍ତେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫୦୦୦ରୁ ଅଧିକ ବିଦ୍ୟୁତ୍‌ ଚାଳିତ ଇଞ୍ଜିନ୍‌ ଆବଶ୍ୟକ ହେବ। ଏବେ ରେଳବାଇର ୪, ୪୦୦ ଇଲେକ୍‌ଟ୍ରୋନିକ୍‌ ଇଞ୍ଜିନ୍‌ ଅଛି। ଏବେ ବାର୍ଷିକ ୨୫୦ ହାରରେ ଇଲେକ୍‌ଟ୍ରୋନିକ୍‌ ଇଞ୍ଜିନ୍‌ ପ୍ରସ୍ତୁତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe