ମାନବିକତାର ଆଉ ଏକ ଉଦାହରଣ ଦେଲା ଭାରତୀୟ ରେଳବାଇ: ପାରା ଜୀବନ ବଞ୍ଚାଇବା ପାଇଁ ଅଟକିଲା ଟ୍ରେନ୍‌

ମାନବିକତାର ଆଉ ଏକ ଉଦାହରଣ ଦେଲା ଭାରତୀୟ ରେଳବାଇ: ପାରା ଜୀବନ ବଞ୍ଚାଇବା ପାଇଁ ଅଟକିଲା ଟ୍ରେନ୍‌

ScoopWhoop

ମୁମ୍ବାଇ: ମୁମ୍ବାଇର ଗୁରୁଗ୍ରାମରେ ଘଟିଥିବା ଘଟଣା ଏବେ ସୋସିଆଲ ମିଡିଆ ସହ ଚାରି ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଗୁଡ଼ିର ମାଞ୍ଝାରେ ଫସି ରହିଥିବା ପାରାକୁ ବଞ୍ଚାଇବା ପାଇଁ ପଶ୍ଚିମ ରେଳପଥ ଯେଉଁ ପଦକ୍ଷେପ ନେଇଥିଲା, ତାହାକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଉଛି ।

publive-image The Quint

ସୂଚନା ମୁତାବକ, ବୁଧବାର ଗୁରୁଗ୍ରାମ ରେଳ ଷ୍ଟେସନରେ ସକାଳ ସମୟରେ ସବୁ ଲୋକ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବ୍ୟସ୍ତ ହେଉଥିବା ବେଳେ ଜଣେ ଯାତ୍ରୀ ଷ୍ଟେସନ ମାଷ୍ଟରଙ୍କୁ ପାରାର ଅବସ୍ଥା କଥା ଆସି ଜଣାଇଥିଲେ । ପାରାଟି ଗୁଡ଼ିର ମାଞ୍ଝାରେ ଫସି ଯାଇଥିବା ଜଣାଇବା ପରେ ଷ୍ଟେସନ ମାଷ୍ଟର ଅଗ୍ନିଶମ ବିଭାଗ ଏବଂ ଅନ୍ୟ ଅଧିକାରୀଙ୍କୁ ଏ ଖବର ଦେଇଥିଲେ । ଯାହା ପରେ ଟ୍ରେନ୍‌କୁ ୫ମିନିଟ୍‌ ଅଟକାଯିବା ସହ ପାଓ୍ଵାର ସପ୍ଲାଏ ବନ୍ଦ କରାଯାଇଥିଲା । ସକାଳ ୧୦:୨୮ରୁ ୧୦:୩୩ ପର୍ଯ୍ୟନ୍ତ ଟ୍ରେନକୁ ଅଟକା ଯାଇ ପାରାକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏ ଖବରଟି ପଶ୍ଚିମ ରେଳପଥର ଟୁଇଟ୍‌ର ଆକାଉଣ୍ଟରେ ଟୁଇଟ୍‌ କରାଯିବା ପରେ ଖବରଟି ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହା ପୂର୍ବରୁ ଜଣେ ମହିଳାଙ୍କର ହଠାତ୍‌ ଟ୍ରେନ୍‌ରେ ମାସିକ ଧର୍ମ ହୋଇ ପେଟରେ ଯନ୍ତ୍ରଣା ହେବାରୁ ଏ ନେଇ ଭାରତୀୟ ରେଳବାଇକୁ ଖବର ଦିଆ ଯାଇଥିଲା । ଯାହା ପରେ ପୀଡ଼ିତାଙ୍କୁ ଔଷଧ ଯୋଗାଇ ଦିଆ ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe