୧.୪୦ ଲକ୍ଷ ପଦବୀ ପାଇଁ ଡିସେମ୍ବର ୧୫ରୁ ପରୀକ୍ଷା କରାଇବ ରେଳବାଇ

Advertisment
୧.୪୦ ଲକ୍ଷ ପଦବୀ ପାଇଁ ଡିସେମ୍ବର ୧୫ରୁ ପରୀକ୍ଷା କରାଇବ ରେଳବାଇ

Image Courtesy of NDTV

ନୂଆଦିଲ୍ଲୀ: ଡିସେମ୍ବର ୧୫ ଠାରୁ ଭାରତୀୟ ରେଳବାଇ କମ୍ପ୍ୟୁଟର୍‌ଭିତ୍ତିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବ ବୋଲି ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ ଶନିବାର ଦିନ କହିଛନ୍ତି। ଭର୍ଚ୍ୟୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଯାଦବ କହିଲେ, ଖାଲି ପଡ଼ିଥିବା ତିନି ବର୍ଗର ୧. ୪୦ ଲକ୍ଷ ପଦବୀ ଲାଗି ପରୀକ୍ଷା କରାଯିବ।

ଖାଲି ପଡ଼ିଥିବା ତିନି ପ୍ରକାରର ପଦବୀ ସବୁ ହେଉଛି ଗାର୍ଡ, କ୍ଲର୍କ ଆଦି ନନ୍-ଟେକ୍ନିକାଲ୍ ଲୋକପ୍ରିୟ ବର୍ଗ, ଆଇସୋଲେଟେଡ୍‌ ଆଣ୍ଡ୍ ମିନିଷ୍ଟ୍ରିଆଲ୍ ଏବଂ ଟ୍ରାକ୍ ମେଣ୍ଟେନର୍ସ, ପଏଣ୍ଟ୍‌ମ୍ୟାନ୍‌ ଭଳି ଲେବଲ୍ ୱାନ୍ ବର୍ଗ।

କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ୍ ମଧ୍ୟ ଟୁଇଟର୍‌ରେ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି।

ରେଳବାଇ ବୋର୍ଡ ଅଧ୍ୟକ୍ଷ କହିଛନ୍ତି ‌ଯେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ପରୀକ୍ଷା ଅନୁଷ୍ଠିତ ହୋଇ ପାରି ନ ଥିଲା। ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିଲା, କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁଁ କମ୍ପ୍ୟୁଟର୍‌ଭିତ୍ତିକ ପରୀକ୍ଷା କରାଯାଇ ପାରି ନ ଥିଲା।

ନନ୍-ଟେକ୍ନିକାଲ୍ ଲୋକପ୍ରିୟ ବର୍ଗରେ ୩୫, ୨୦୮, ଆଇସୋଲେଟେଡ୍‌ ଆଣ୍ଡ୍ ମିନିଷ୍ଟ୍ରିଆଲ୍‌ରେ ୧, ୬୬୩ ଏବଂ ଟ୍ରାକ୍ ମେଣ୍ଟେନର୍ସ ୧, ୦୩, ୭୬୯ ପଦବୀ ଖାଲି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe