କୋଟିକୋଟି ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଚାରିଧାମ ସହ ଯୋଡ଼ି ହେବ ଭାରତୀୟ ରେଳବାଇ

Advertisment
କୋଟିକୋଟି ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଚାରିଧାମ ସହ ଯୋଡ଼ି ହେବ ଭାରତୀୟ ରେଳବାଇ

India Rail Info

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ୩୨୭ କିଲୋମିଟର ଲମ୍ବର ରେଳ ଲାଇନ୍‌ ମାଧ୍ୟମରେ ଉତ୍ତରାଖଣ୍ଡରେ ଚାରଟି ଧାର୍ମିକ ସ୍ଥଳକୁ ଯୋଡ଼ିବା ପାଇଁ ଏକ ବହୁ ପ୍ରତୀକ୍ଷିତ ପରିଯୋଜନା ଉପରେ କାମ କରୁଛି। ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଟୁଇଟ କରି ଘୋଷଣା କରିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ରେଳବାଇ କୋଟିକୋଟି ଶ୍ରଦ୍ଧାଳୁଙ୍କ ପାଇଁ ଚାରିଧାମ ଯାତ୍ରାକୁ ସହଜ କରିବାକୁ ଯାଉଛନ୍ତି। ଏଣିକି ଉତ୍ତରାଖଣ୍ଡର ପବିତ୍ର ପରିବେଶରେସ୍ଥିତ ଗଙ୍ଗୋତ୍ରୀ, ଯମୁନେତ୍ରୀ, ବଦ୍ରୀନାଥ ଓ କେଦାରନାଥ ଦର୍ଶନ ପାଇଁ ଶ୍ରଦ୍ଧାଳୁ ରେଳ ମାର୍ଗ ଦେଇ ସହଜ ଓ ସୁବିଧାରେ ପହଞ୍ଚି ପାରିବେ।

Railways Working On 327-Km-Long Network To Connect Char Dham In ...

ମନ୍ତ୍ରୀ ଏହି ପରିଯୋଜନାର ବିବରଣୀ ଦେବା ସହିତ ଟୁଇଟରେ ଏକ ଭିଡିଓ ବି ପୋଷ୍ଟ କରିଛନ୍ତି। ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ, ଏହି ରେଳ ଲାଇନ ଡେରାଡୁନ୍‌, ପୌଡ଼ି, ଗଢ଼ଓ୍ଵାଲ, ଚମୌଲି, ରୁଦ୍ରପ୍ରୟାଗ ଓ ଉତ୍ତରକାସି ଦେଇ ପହଞ୍ଚିବ। ରେଳ ଲାଇନ ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ସଂଯୋଗ କରିବ । ବଦ୍ରୀନାଥ ଓ କେଦାରନାଥ ମଧ୍ୟ ଖୁବ ଶୀଘ୍ର ରେଲୱେ ନେଟୱାର୍କ ସହ ସଂଯୋଜିତ ହେବ। ଏହି ପ୍ରକଳ୍ପରେ ୨୧ ଷ୍ଟେସନ, ୬୧ ସୁଡ଼ଙ୍ଗ, ୫୯ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ରେଳ ଲାଇନର ୨୭୯ କିମି ଅଂଶ ସୁଡ଼ଙ୍ଗ ହେବ । ଏହି ପ୍ରକଳ୍ପରେ ପାଖାପାଖି ୪୩ କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe