ମୁମ୍ବାଇ : ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଅତି ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ପ୍ରବଳ ବର୍ଷା ପାଇଁ ବ୍ୟସ୍ତବହୁଳ ଅନ୍ଧେରି ସବ୍ୱେ ବନ୍ଦ କରିଦିଆଯାଇଛି। ମୁମ୍ବାଇରେ ୨ଟି ପୃଥକ୍ ଘଟଣାରେ ଆଜି ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଗୋରେଗାଓଁର ମିଠା ନଗର ଅଞ୍ଚଳରେ ଆଜି ଅପରାହ୍ନ ପ୍ରାୟ ୩.୩୦ ସମୟରେ ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ଗଛ ପଡ଼ି ଯାଇଥିଲା। ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦ୍ବିତୀୟ ଘଟଣାରେ ଆଜି ମଲାଡ଼ରେ ଜଣେ ବ୍ୟକ୍ତିଙ୍କ ଉପରେ ଗଛ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ବର୍ଷାପାଇଁ ରାସ୍ତାଘାଟ ଜଳମଗ୍ନ ହୋଇଯାଇଛି। ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୨୬ଟି ଗଛ ପଡ଼ିଛି, ୧୫ଟି ସର୍ଟ ସର୍କିଟ୍ ଘଟଣା ଘଟିଛି ଏବଂ ୫ଟି ଘର ଭୁଶୁଡ଼ି ପଡ଼ିଛି। ଦକ୍ଷିଣ ମୁମ୍ବାଇର ପୂର୍ବ ଏବଂ ପଶ୍ଚିମ ଉପନଗରୀ ଆଜି ସକାଳ ୮ଟାରୁ ଅପରାହ୍ନ ୧୨ଟା ମଧ୍ୟରେ ଯଥାକ୍ରମେ ୧୨.୪୪ ମିମି ଏବଂ ୪୦.୪୧ ମିମି ବର୍ଷାଜଳ ଗ୍ରହଣ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us