PATHANAMTHITTA, INDIA - AUGUST 18: Local fishermen, volunteers and rescue personnel evacuate residents through a boat due to floods at Panadala, on August 18, 2018 in district Pathanamthitta, India. The flooding, described by the chief minister as the worst in nearly a century, began shortly after August 8 when a spell on unusually heavy rain began. In this period, nearly 222 people have died and around 350,000 have been taken to relief camps. Officials said 67 helicopters, 24 aeroplanes and 548 motorboats have fanned out across Kerala in what has turned into one of the biggest rescue operations to be carried out in India. (Photo by Raj K Raj/Hindustan Times via Getty Images)
କୋଚି: ବିଗତ ୧୦୦ ବର୍ଷ ମଧ୍ୟରେ କେରଳରେ ପ୍ରଥମ ଥର ପାଇଁ ବର୍ଷା ଓ ବନ୍ୟା ଏଭଳି ବଡ଼ଧରଣର ବିଭୀଷିକା ସୃଷ୍ଟି କରିଛି। ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ପାଣି ଜମିବା ଯୋଗୁ ହଜାର ହଜାର ଲୋକ ଫସିରହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୩.୧୪ ଲକ୍ଷରୁ ଊର୍ଧ୍ୱ ଲୋକଙ୍କୁ ସେନା, ଏନ୍ଡିଆର୍ଏଫ୍ ଟିମ୍ ଏବଂ ବିଭିନ୍ନ ଏଜେନ୍ସି ଦ୍ୱାରା ଉଦ୍ଧାର କରାଯାଇଛି। ୫,୬୦୦ରୁ ଊର୍ଦ୍ଧ୍ୱ ରିଲିଫ୍ ଶିବିରରେ ପ୍ରାୟ ୭ ଲକ୍ଷ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ସଂପୂର୍ଣ୍ଣ ରାଜ୍ୟ ପାଣିରେ ବୁଡ଼ିଯିବା ଯୋଗୁ ଲକ୍ଷ ଲକ୍ଷ ଲୋକ ବାସହରା ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ବର୍ଷା ପରିମାଣ କମିବା ପରେ ଏବେ ରାଜ୍ୟବାସୀ ନିଜ ଦୈନନ୍ଦିନ ଜୀବନ ଜିଇଁବାକୁ ବଳ ଜୁଟାଉଥିବା ବେଳେ ରାଜ୍ୟରେ ପରିବା ଦର ଆକାଶଛୁଅାଁ ହୋଇଛି। କଞ୍ଚାଲଙ୍କା ଏଠାରେ କିଲୋଗ୍ରାମ୍ ପିଛା ୪୦୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଆଳୁ, ପିଆଜ ଭଳି ଆତ୍ୟାବଶ୍ୟକ ପରିବା ଦର କିଲୋ ପିଛା ୯୦ ଟଙ୍କା ସେପଟେ ବିକ୍ରି ହେଉଛି। ଫଳରେ ବର୍ଷା ଓ ବନ୍ୟା ମାଡ଼ରୁ ମୁକୁଳୁଥିବା ଲୋକେ ଏବେ ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି।
ସୂଚନା ମୁତାବକ, କୋଚି ଓ ଏହାର ଆଖପାଖ ଇଲାକାରେ ପରିବା ଦର ଜାଣିଶୁଣି ବଢ଼ାଇ ଦିଆଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୁଲିସ ହସ୍ତକ୍ଷେପ କରିବା ଯୋଗୁ କଞ୍ଚାଲଙ୍କା ଦର ବେପାରୀମାନେ କିଲୋ ପିଛା ୧୨୦ ଟଙ୍କାକୁ କମାଇ ଦେଇଛନ୍ତି। କିନ୍ତୁ ଅନ୍ୟ ପରିବା ଦର ପୂର୍ବବତ୍ ମହଙ୍ଗା ରହିଛି। ବନ୍ୟା ଯୋଗୁ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବା ଫଳରେ ପନିପରିବା ଯୋଗାଣ ହ୍ରାସ ପାଇଛି, ଯେଉଁଥିପାଇଁ ମହଙ୍ଗା ସମସ୍ୟା ବୃଦ୍ଧି ଘଟିଛି। କେବଳ ପରିବା ନୁହେଁ, ଚାଉଳ ଓ ଚିନିର ଖୁଚୁରା ଦର ମଧ୍ୟ କିଲୋଗ୍ରାମ ପିଛା ୧୫ ଟଙ୍କା ବଢ଼ିଛି। ଏହାକୁ ନେଇ କୋଚିର କଲ୍ଲରଠାରେ କିଛି ବ୍ୟକ୍ତି ପ୍ରତିବାଦ କରିଥିଲେ। କିନ୍ତୁ ପରିବହନରେ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବା ବାଧ୍ୟହୋଇ ସେମାନେ ଚଢ଼ା ଦରରେ ସାମଗ୍ରୀ ବିକୁଥିବା ଦୋକାନୀମାନେ ଦର୍ଶାଇଛନ୍ତି। ତେବେ ଏଭଳି ସମୟରେ ଜାଣିଶୁଣି ମହଙ୍ଗା ସମସ୍ୟା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁୁ ପ୍ରତିଶ୍ରୁତି ଦିଆଯାଇଛି।
ଦିନକର ଦରମା ଦାନ କରିବେ ଆନ୍ଧ୍ର ଆଇଏଏସ୍ ଅଧିକାରୀ
ନୂଆଦିଲ୍ଲୀ: କେରଳ ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ପାଇଁ ଆନ୍ଧ୍ର ପ୍ରଦେଶର ଆଇଏଏସ୍ ଅଧିକାରୀମାନେ ସେମାନଙ୍କ ଦିନକର ଦରମା ଦାନ କରିବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟର ଆଇଏଏସ୍ ଅଧିକାରୀ ସଂଘ ସାଧାରଣ ସଂପାଦକ ଶଶୀ ଭୂଷଣ କୁମାର କହିଛନ୍ତି, କେରଳରେ ଘଟିଥିବା ପ୍ରାକୃତିକ ଦୁର୍ବିପାକକୁ ନେଇ ସଂଘ ଦୁଃଖପ୍ରକାଶ କରୁଛି। ବିଗତ ୧୦୦ ବର୍ଷ ମଧ୍ୟରେ ରାଜ୍ୟବାସୀ ଏତେ ବଡ଼ଧରଣର ବର୍ଷା ବିତ୍ପାତର ସାମ୍ନା କରିଛନ୍ତି। ଅନେକ ଲୋକ ବାସହରା ହୋଇଛନ୍ତି। ତେଣୁ ସେମାନଙ୍କୁ ସହାୟତା ଦେବା ଲାଗି ସଂଘର ସମସ୍ତ ସଦସ୍ୟ ନିଜର ଦିନକର ଦରମା ଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଉଦ୍ଧାର ପାଇଁ ୫ ଉପଗ୍ରହ
ଥିରୁଅନନ୍ତପୁରମ୍: କେରଳରେ ପ୍ରବଳ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜୋରଦାର କରିବା ସକାଶେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ୫ଟି ପ୍ରମୁଖ ଉପଗ୍ରହ ବ୍ୟବହାର କରାଯାଉଛି। ବନ୍ୟାସ୍ଥିତ ପରଖିବା ସହିତ ରିଲିଫ୍ କାର୍ଯ୍ୟରେ ଏହି ଉପଗ୍ରହଗୁଡ଼ିକ ବେଶ୍ ଫଳପ୍ରଦ ହେଉଛି। ଇସ୍ରୋର ଜଣେ ଅଧିକାରୀ କହିଛନ୍ତି, ପୃଥିବୀ ଉପରେ ନଜର ରଖୁଥିବା ଉପଗ୍ରହ ଓସନ୍ସାଟ୍-୨, ରିସୋର୍ସସାଟ୍-୨, କାର୍ଟୋସାଟ୍-୨ ଏବଂ ୨ଏ ଓ ଇନ୍ସାଟ୍ ୩ଡିଆର୍ ପଠାଯାଇଛି। ଏହି ଉପଗ୍ରହ ବନ୍ୟାଞ୍ଚଳ ଓ ଏହାଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କର ଉତ୍ତମ ଫଟୋ ଉତ୍ତୋଳନ କରିପାରିବ। ଏହାଦ୍ୱାରା ଉଦ୍ଧାର କାର୍ଯ୍ୟ ସଫଳ ହୋଇପାରିବ। ଏହି ଉପଗ୍ରହଗୁଡ଼ିକରୁ ତଥ୍ୟ ହାସଲ କରି ଆମେ ପ୍ରତି ମୁହୂର୍ତ୍ତରେ ଉଦ୍ଧାରକାରୀ ଦଳଗୁଡ଼ିକୁ ଯୋଗାଇ ଦେଉଛୁ। ଫଳରେ ସେମାନେ ଯୋଜନାବଦ୍ଧ ଭାବେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ହାଇଦ୍ରାବାଦସ୍ଥିତ ନ୍ୟାସ୍ନାଲ୍ ରିମୋଟ୍ ସେନ୍ସିଂ ସେଣ୍ଟରଠାରେ ଡିସିସନ୍ ସପୋର୍ଟ ସେଣ୍ଟରରେ ଉପଗ୍ରହରୁ ତଥ୍ୟ ହାସଲ କରାଯାଇ ପ୍ରକ୍ରି୍ରୟା କରାଯାଉଛି। ପାଣିପାଗ ସ୍ଥିତି ଆକଳନ ପାଇଁ ଇନ୍ସାଟ୍-୩ଡିଆର୍କୁ ବ୍ୟବହାର କରାଯାଉଛି।
Follow Us