ଉତ୍ତର ଭାରତ ଜଳମଗ୍ନ: ଘର ଭାସୁଛି, ରାସ୍ତା ବୁଡ଼ିଛି; ମରୁଛନ୍ତି ଲୋକେ

ଏବେ ଦେଶ ସାରା ବର୍ଷାର ପ୍ରକୋପ ଜାରି ରହିଛି। ବିଶେଷ କରି ଉତ୍ତର ଭାରତର ସମଗ୍ର ଅଞ୍ଚଳରେ। ଉତ୍ତର ଭାରତର ରାଜ୍ୟଗୁଡ଼ିକରେ ବର୍ଷା ବନ୍ୟାର ରୂପ ନେଇ ରାସ୍ତା ବୁଡ଼ିଛି, ଘରଗୁଡ଼ିକ ଅଥଳ ଜଳରେ ଜଳମଗ୍ନ ହୋଇଛି।

New Project (20) (1)

ନୂଆଦିଲ୍ଲୀ: ଏବେ ଦେଶ ସାରା ବର୍ଷାର ପ୍ରକୋପ ଜାରି ରହିଛି। ବିଶେଷ କରି ଉତ୍ତର ଭାରତର ସମଗ୍ର ଅଞ୍ଚଳରେ। ଉତ୍ତର ଭାରତର ରାଜ୍ୟଗୁଡ଼ିକରେ ବର୍ଷା ବନ୍ୟାର ରୂପ ନେଇ ରାସ୍ତା ବୁଡ଼ିଛି, ଘରଗୁଡ଼ିକ ଅଥଳ ଜଳରେ ଜଳମଗ୍ନ ହୋଇଛି। ‌ଲୋକେ ନାହିଁନଥିବା ଅସୁବିଧାର ସମ୍ମୁ୍‌ଖୀନ ହେଉଛନ୍ତି। କେବଳ ସେତିକି ନୁହେଁ‌; ଉତ୍ତରାଖଣ୍ଡରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ଅନେକ ନିଖୋଜ ଅଛନ୍ତି। 

ଗତ କିଛି ଦିନ ବାଦଲଫଟା ମେଘ ହୋଇ ତାହା କ୍ରମାଗତ ବନ୍ୟାର ରୂପ ନେଇଛି।  ଏହାରି ଭିତରେ ପଞ୍ଜାବରେ ପ୍ରାୟ ୨୯ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।  ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି। କାରଣ ରାଜ୍ୟ "ସାମ୍ପ୍ରତିକ ଇତିହାସର ସବୁଠାରୁ ଖରାପ ବନ୍ୟା"ର ସମ୍ମୁଖୀନ ହେଉଛି। ଦିଲ୍ଲୀ ଏବଂ ଏହାର ସଂଲଗ୍ନ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌ସିଆର୍‌)ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି, ବନ୍ୟା ପାଣି ଲୋକଙ୍କ ଘରେ ପ୍ରବେଶ କରିଛି ​​ଏବଂ ନିକଟବର୍ତ୍ତୀ ବ୍ୟାରେଜଗୁଡ଼ିକ ନିରନ୍ତର ପାଣି ଛାଡିବା ଯୋଗୁଁ ଅଧିକାରୀମାନେ ଅଧିକ ବିପଦ ବିଷୟରେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe