ଉତ୍ତରାଖଣ୍ଡରେ ବର୍ଷା‌ ବିତ୍ପାତ: ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି, ନୈନିତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ

Advertisment

ମୁଖ୍ୟମନ୍ତ୍ରୀଙ୍କ ସହ କଥା‌ହେଲେ ପ୍ରଧାନମନ୍ତ୍ରୀ, ଉଦ୍ଧାର କାର୍ଯ୍ୟରେ ୩ ହେଲିକପ୍ଟର ନିୟୋଜିତ

ମୁଖ୍ୟମନ୍ତ୍ରୀଙ୍କ ସହ କଥା‌ହେଲେ ପ୍ରଧାନମନ୍ତ୍ରୀ, ଉଦ୍ଧାର କାର୍ଯ୍ୟରେ ୩ ହେଲିକପ୍ଟର ନିୟୋଜିତ

ଉତ୍ତରାଖଣ୍ଡରେ  ବର୍ଷା‌ ବିତ୍ପାତ: ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି, ନୈନିତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଡେରା‌ଡୁନ୍‌: ଉତ୍ତରାଖଣ୍ଡରେ ଲଗାତାର ୩ ଦିନ ଧରି ଲଗାଣ ବର୍ଷା, ବାଦଲଫଟା ବର୍ଷା‌ ଏବଂ ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ଅତି କମ୍‌ରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ନୈନିତାଲ୍‌ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଭୂସ୍ଖଳନ ଯୋଗୁଁ ନୈନିତାଲ୍‌କୁ ସଂଯୋଗ ହୋଇଥିବା ୩ଟି ରାସ୍ତା ବନ୍ଦ ହୋଇଯାଇଥିବାରୁ ନୈନିତାଲ ସହ କୌଣସି ସଡ଼କ ଯୋଗାଯୋଗ ନାହିଁ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ଆକାଶ ମାର୍ଗରୁ ବର୍ଷା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ଉତ୍ତରାଖଣ୍ଡ‌ରେ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଯେଉଁମାନେ ବର୍ଷା ଏବଂ ବନ୍ୟା ଯୋଗୁଁ ଘର ହରାଇଦେଇଛନ୍ତି ସେମାନଙ୍କ ପାଇଁ ୧.୯ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଖାଲି କରିବାପାଇଁ ଏନ୍‌ଡିଆରଏଫ୍‌ର ୧୫ଟି ଟିମ୍‌ ମୁତୟନ ହୋଇଛନ୍ତି। ଉଧମ ସିଂହ ନଗର ଜିଲ୍ଲାରେ ୬ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଥିବାବେଳେ ଉତ୍ତରକାଶୀ ଏବଂ ଚାମୋଲିରେ ୨ଟି ଲେଖାଏଁ ଟିମ୍‌ ଏବଂ ଡେରାଡୁନ, ପିଥୋରଗଡ଼ ଏବଂ ହରିଦ୍ବାରରେ ଗୋଟିଏ ଲେଖାଏଁ ଟିମ୍‌ ମୁତୟନ ହୋଇଛି। ଉଦ୍ଧାର କାର୍ଯ୍ୟ ଆଜି ବ୍ୟାପକ ହୋଇଛି ଏବଂ ଉଦ୍ଧମ ସିଂହ ନଗର ଜିଲ୍ଲା ଏବଂ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏଯାବତ୍‌ ୩୦୦ରୁ ଅଧିକ ଲୋକଙ୍କୁ ଖାଲି କରାଯାଇଛି। ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ସେନାର ୩ଟି ହେଲିକପ୍ଟର ମୁତୟନ କରାଯାଇଛି। ଲୋକେ ଭୟଭୀତ ନହୋଇ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟା ସ୍ଥିତି ନେଇ ଫୋନ୍‌ରେ ଆଲୋଚନା କରିଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଉତ୍ତରାଖଣ୍ଡ ସ୍ଥିତି ନେଇ ତତ୍ପରତା ପ୍ରକାଶ କରିଛନ୍ତି। ନୈନିତାଲ ଜିଲ୍ଲାର ରାମଗଡ଼ରେ ଆଜି ବାଦଲଫଟା ବର୍ଷା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ୧୫ରୁ ଅଧିକ ନିଖୋଜ ହୋଇଥିବା ଜଣାପଡ଼ିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ଅଧିକ ବଢ଼ିବା ଆଶଙ୍କା ରହିଛି। ରାମଗଡ଼ରେ ବାଦଲଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ପ୍ରାୟ ୧୫୦ ଜଣ ପର୍ଯ୍ୟଟକ ରାମନଗର ଅଞ୍ଚଳର ‘ଲେମନ ଟ୍ରି’ ରିସୋର୍ଟରେ ଫସି ଯାଇଛନ୍ତି। କୋସୀ ନଦୀରେ ଜଳସ୍ତର ବଢ଼ିଥିବାରୁ ଉକ୍ତ ରି ସୋର୍ଟ ଜଳମଗ୍ନ ହୋଇଯାଇଛି। ସ୍ଥାନୀୟ ପୁଲିସ ରିସୋର୍ଟରୁ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିଛି। ନୈନିତାଲର ନୈନି ହ୍ରଦ ଜଳ ବିପଦସଙ୍କେତ ଟପିଯାଇଛି ଏବଂ ହ୍ରଦ ଜଳ ରାସ୍ତା ଆଡ଼କୁ ମାଡ଼ି ଯାଇଛି। ଅନେକ ସ୍ଥାନରେ ଘରଦ୍ବାର ଭାଙ୍ଗି ଯାଇଛି। ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଚିବଙ୍କ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଉତ୍ତରାଖଣ୍ଡ ୨୦୦ ମିମି ବର୍ଷା ହୋଇଛି। ଚମ୍ପାୱତର ଚଲ୍‌ତି ନଦୀ ଉପରେ ଥିବା ଏକ ନିର୍ମାଣାଧୀନ ବ୍ରିଜ୍‌ ଧୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe