ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁଁ ବଶିଷ୍ଠୀ ନଦୀରେ ଜଳସ୍ତର ବିପଦସଙ୍କେତ ଟପିଛି। ଫଳରେ ନିକଟସ୍ଥ ରାସ୍ତାଘାଟ ଜଳମଗ୍ନ ହୋଇଯାଇଛି। ଅନେକ ଟ୍ରେନ୍ ବାତିଲ ହୋଇଛି। କୋଙ୍କଣ ରେଳପଥରେ ଟ୍ରେନ୍ ସେବା ବାତିଲ ହୋଇଥିବାରୁ ପ୍ରାୟ ୬ ହଜାର ଯାତ୍ରୀ ଅଧାରେ ଅଟକିଛନ୍ତି। ଏଯାବତ୍ ୯ଟି ଟ୍ରେନ୍ ବାତିଲ ହୋଇଛି। ରେଳ ଅଧିକାରୀ କହିଛନ୍ତି, ଏହି ଟ୍ରେନ୍ଗୁଡ଼ିକ ବିଭିନ୍ନ ଷ୍ଟେସନ୍ରେ ସୁରକ୍ଷିତ ସ୍ଥାନରେ ଅଛନ୍ତି ଏବଂ ଟ୍ରେନ୍ରେ ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଖାଦ୍ୟ ପାନୀୟ ଦିଆଯାଉଛି। ସେ କହିଛନ୍ତି, ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରେ ଟ୍ରେନ୍ ସେବା ବାତିଲ ହୋଇଛି। ରେଳ ଅଧିକାରୀଙ୍କ ଅନୁଯାୟୀ ପ୍ରାୟ ୫,୫୦୦-୬୦୦୦ ଯାତ୍ରୀ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି।
ମହାରାଷ୍ଟ୍ରରେ ବର୍ଷା ବିପର୍ଯ୍ୟୟ: ଟ୍ରେନ୍ ସେବା ବାଧାପ୍ରାପ୍ତ, ଅଧାରେ ଅଟକିଛନ୍ତି ୬ ହଜାର ଯାତ୍ରୀ
Advertisment
Follow Us