କାର୍ଯ୍ୟାଳୟରେ ଏସି ବିସ୍ଫୋରଣ ହେତୁ ଦୁଇ କର୍ମଚାରୀଙ୍କ ହେଲା ମୃତ୍ୟୁ

Advertisment

ଅଟୋମେସନ୍ ଆର୍ଟ ଅଫିସରେ କର୍ମଚାରୀ କାମ  କରୁଥିଲେ ବେଳେ ଏସି ବିସ୍ଫୋରଣ। ବିସ୍ଫୋରଣ ଶିକାର ହୋଇ ଦୁଇଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ହୋଇଛନ୍ତି ଆହତ।

ଅଟୋମେସନ୍ ଆର୍ଟ ଅଫିସରେ କର୍ମଚାରୀ କାମ  କରୁଥିଲେ ବେଳେ ଏସି ବିସ୍ଫୋରଣ। ବିସ୍ଫୋରଣ ଶିକାର ହୋଇ ଦୁଇଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ହୋଇଛନ୍ତି ଆହତ।

5

ନୂଆଦିଲ୍ଲୀ: ଛତିଶଗଡର ରାଜଧାନୀ ରାୟପୁରରେ ଥିବା ଏକ କମ୍ପାନିରେ ଏସି ବିସ୍ଫୋରଣ ହେତୁ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। 

ଏହି ବିସ୍ଫୋରଣକୁ ନେଇ ପୁଲିସ କହିଛି ଯେ ଏହି ଦୁର୍ଘଟଣା ବିଳମ୍ବିତ ରାତିରେ ଦେବେନ୍ଦ୍ର ନଗର ପୁଲିସ ଷ୍ଟେସନ ଅଧୀନରେ ଥିବା ମିନି ମାତା ଚୌକ ନିକଟରେ ଥିବା ଏକ କୋଠାର ଦ୍ୱିତୀୟ ମହଲାରେ ଘଟିଛି।

କୁହାଯାଉଛି ଯେ ଅଟୋମେସନ୍ ଆର୍ଟ ଅଫିସରେ କର୍ମଚାରୀ କାମ  କରୁଥିଲେ। ଏହି ସମୟରେ ସେଠାରେ ଥିବା ଏକ ଏସି ବିସ୍ଫୋରଣ ହୋଇଥିଲା।  ଏହି ବିସ୍ଫୋରଣରେ ଅଫିସରେ ଥିବା ଝରକା ଭାଙ୍ଗି ତଳେ ପଡିଯାଇଥିଲା। ବିସ୍ଫୋରଣର ଶବ୍ଦ ଶୁଣି କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀମାନେ ବାହାରକୁ ଦୌଡ଼ି ଯାଇଥିଲେ। କାର୍ଯ୍ୟାଳୟ ପରିଚାଳକ ଘଟଣା ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବାହିନୀକୁ ତୁରନ୍ତ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଆମ୍ବୁଲାନ୍ସ ସହିତ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ପୁଲିସ ଅଧିକାରୀ ଏସି ବିସ୍ଫୋରଣ ଘଟଣାକୁ ନେଇ କହିଛନ୍ତି ଯେ ଦୁର୍ଘଟଣାସ୍ଥଳରେ ପ୍ରବେଶ କରିବା ସମୟରେ  ଧୂଆଁ ଭରି ଯାଇଥିବା ବେଳେ ଜଣେ ପୁରୁଷ ଏବଂ ଜଣେ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ଉଭୟଙ୍କୁ ଘଟଣାସ୍ଥଳରୁ  ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଚିକିତ୍ସା ସମୟରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ ବ୍ୟକ୍ତିଙ୍କ ନାମ ଆରିଫ ମଞ୍ଜୁର ଖାନ (୪୮ ବର୍ଷ), ମଶରତ ଖାନ (୨୬ ବର୍ଷ) ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅଧିକପଢ଼ନ୍ତୁ:https://sambad.in/entertainment/salman-khan-should-apologise-to-lawrence-bishnoirakesh-tikait-7366384

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe