ୟେଦୁରପ୍ପାଙ୍କ ପୂର୍ବ ସହାୟକଙ୍କ ଘରେ ଆଇଟି ଚଢ଼ଉ

Advertisment
ୟେଦୁରପ୍ପାଙ୍କ ପୂର୍ବ ସହାୟକଙ୍କ ଘରେ ଆଇଟି ଚଢ଼ଉ

ବାଙ୍ଗାଲୋର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେୟୁରପ୍ପାଙ୍କ ଅଡ଼ୁଆ ବଢ଼ିଯାଇଛି। ଗୁରୁବାର ସକାଳୁ ଆୟକର ଅଧିକାରୀମାନେ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସହାୟକ (ପିଏ) ଉମେଶ ଓ ଅନେକ ଠିକାଦାରଙ୍କ ଘର ଉପରେ ଚଢ଼ାଉ ଆରମ୍ଭ କରିଛନ୍ତି। ଆୟକର ଅଧିକାରୀମାନଙ୍କ କହିବା ଅନୁସାରେ ଉମେଶଙ୍କ ବାସଭବନଠାରୁ ଆରମ୍ଭକରି ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ବସ୍ କଣ୍ଡକ୍ଟର ଥିବା ଉମେଶ ଶିମୋଗା ବିଜେପି ନେତା ଆୟନୁର ମଞ୍ଜୁନାଥଙ୍କ ସଂସ୍ପର୍ଶରେ ଆସିଲା ପରେ ତାଙ୍କର ବ୍ୟକ୍ତିଗତ ସହାୟକ ହେବା ମାଧ୍ୟମରେ ରାଜନୀତିକୁ ଆସିଥିଲେ। ପରେ ସେ ୟେଦୁରପ୍ପାଙ୍କ ପୁଅ ତଥା ଶିମୋଗା ଏମ୍‌ପି ବିୱାଇ ରାଘବେନ୍ଦ୍ରଙ୍କ ସହାୟକ ହେଲେ। ୟେଦୁରପ୍ପାଙ୍କ ଗତ ମୁଖ୍ୟମନ୍ତ୍ରିତ୍ବରେ ସେ ତାଙ୍କର ବ୍ୟକ୍ତିଗତ ସହାୟକ ଥିଲେ। ସେ ମଧ୍ୟ ୟେଦିୟୁରପ୍ପାଙ୍କ ଅନ୍ୟ ପୁଅ ବିୱାଇ ବିଜୟେନ୍ଦ୍ରଙ୍କ ଘନିଷ୍ଠ ଭାବେ ଜଣାଶୁଣା।

ପ୍ରାପ୍ତ ସୂଚନା ଅନୁସାରେ, ଉମେଶ ଜଳସେଚନ ଠିକା କଥା ବୁଝୁଥିଲେ ଏବଂ କର୍ଣ୍ଣାଟକ ସମେତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବଡ଼ ବଡ଼ କଣ୍ଟ୍ରାକ୍ଟରଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଅଛି। ଶହ ଶହ କୋଟି ଟଙ୍କାର ବଡ଼ ବଡ଼ ଠିକା ସେ ‘ଫିକ୍ସ’ କରିଥିବା ଅଭିଯୋଗ ହୋଇଛି। କାବେରୀ ଜଳସେଚନ ନିଗମ ଓ କ୍ରିଷ୍ଣା ଜଳସେଚନ ନିଗମର ଅନେକ ଠିକା ସେ ‘ଫିକ୍ସ’ କରିଥିବା ଅଭିଯୋଗ ଉପରେ ଏହି ଚଢ଼ାଉ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe