ଆଉ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ, ଗୁରୁଗ୍ରାମରୁ ଲଢିବେ ରାଜ୍ ବବର

ଆଉ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ, ଗୁରୁଗ୍ରାମରୁ ଲଢିବେ ରାଜ୍ ବବର

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ଆଉ ୪ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି, ଯେଉଁଥିରେ ବରିଷ୍ଠ ଅଭିନେତା ରାଜ ବବରଙ୍କ ନାମ ରହିଛି। ତାଙ୍କୁ ଦଳ ଗୁରୁଗ୍ରାମ ଲୋକସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳର କାଙ୍ଗରା ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ହିମାଚଳ ପ୍ରଦେଶର ହମିପୁରରୁ ସତପାଲ ରଇଜାଦା ଓ ଉତ୍ତରମୁମ୍ବାଇରୁ ଭୂଷଣ ପାଟିଲଙ୍କୁ ଦଳ ଟିକେଟ ଦେଇଛି । ଯେ ହମିପୁର ଆସନରୁ ବିଜେପି ଟିକେଟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଲଢୁଛନ୍ତି ।

ସୂଚନାଯୋଗ୍ୟ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ୍ ସିଂହ ପୁଣି ଥରେ ଭାରତୀୟ ଜନତା ପାର୍ଟି ଟିକେଟରେ ଗୁରୁଗ୍ରାମ ଲୋକସଭା ନିର୍ବାଚନ ଲଢୁଛନ୍ତି। ସୀମା ନିର୍ଦ୍ଧାରଣ ପରେ ୨୦୦୯ରେ ଗୁରୁଗ୍ରାମ ଆସନ ଅସ୍ତିତ୍ୱରେ ଆସିଥିଲା, ସେବେଠାରୁ ରାଓ ଇନ୍ଦ୍ରଜିତ୍ ସିଂହ ପ୍ରଥମେ କଂଗ୍ରେସ ଟିକେଟରେ ଏବଂ ପରେ ବିଜେପି ଟିକେଟରେ ଏହି ଆସନରୁ ଜିତି ଆସୁଛନ୍ତି। କିନ୍ତୁ ଏଥର ତାଙ୍କ ମୁକାବିଲା କରିବେ ରାଜ ବବର ।

Image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe