୨୬ବର୍ଷ ପୁରୁଣା ମାମଲା ପାଇଁ ବଲିଉଡ ଅଭିନେତା ରାଜ ବବ୍ବରଙ୍କୁ ମିଳିଲା ୨ବର୍ଷ ଜେଲ ଦଣ୍ଡାଦେଶ

Advertisment

ଦୁଇଟି ୨୦,୦୦୦ ଟଙ୍କାର ସିୟୋରିଟି ଏବଂ ବ୍ୟକ୍ତିଗତ ମୁୁଚଲିକା ସହ ପରେ ମିଳିଲା ଜାମିନ

ଦୁଇଟି ୨୦,୦୦୦ ଟଙ୍କାର ସିୟୋରିଟି ଏବଂ ବ୍ୟକ୍ତିଗତ ମୁୁଚଲିକା ସହ ପରେ ମିଳିଲା ଜାମିନ

୨୬ବର୍ଷ ପୁରୁଣା ମାମଲା ପାଇଁ ବଲିଉଡ ଅଭିନେତା ରାଜ ବବ୍ବରଙ୍କୁ ମିଳିଲା ୨ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ରାଜ ବବ୍ବରଙ୍କୁ ମିଳିଲା ଜେଲ ଦଣ୍ଡ। ୨୬ବର୍ଷ ତଳେ କରିଥିବା ଅପରାଧ ପାଇଁ ତାଙ୍କୁ ଏବେ ଜେଲ ଦଣ୍ଡ ମିଳିଛି। ୮୫୦୦ ଟଙ୍କା ଜରିମାନା ସହିତ ଜନପ୍ରତିନିଧିଙ୍କ ମାମଲାର ବିଚାର ଲାଗି ଗଠିତ ସ୍ବତନ୍ତ୍ର କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଜେଲ ଦଣ୍ଡ ମିଳିବାର କିଛି ସମୟ ପରେ ଦୁଇଟି ୨୦,୦୦୦ ଟଙ୍କାର ସିୟୋରିଟି ଏବଂ ବ୍ୟକ୍ତିଗତ ମୁୁଚଲିକା ସହ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ଜଣାପଡ଼ିିଛି।

ସୂଚନା ମୁତାବକ, ମେ’୨, ୧୯୯୬ରେ ଜଣେ ପୋଲିଂ ଅଫିସରଙ୍କ ସହ ଦୁର୍ବ୍ୟବହାର କରିଥିବାରୁ ରାଜ ବବ୍ବରଙ୍କ ବିରୋଧ‌ରେ ଏତଲା ରୁଜୁ ହୋଇଥିଲା। ପରେ ମାମଲା କୋର୍ଟକୁ ଯିବା ପରେ ସରକାରୀ କାର୍ଯ୍ୟରେ ବାଧା ତଥା ଆକ୍ରମଣ କରିଥିବାରୁ ରାଜ ବବ୍ବର ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜୁନ୍ ୨୪ରେ ମାମଲାର ଶୁଣାଣି ହୋଇଥିବା ବେଳେ ଜୁଲାଇ ୭ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିଲେ ଜନପ୍ରତିନିଧିଙ୍କ ମାମଲାର ବିଚାର ଲାଗି ଗଠିତ ସ୍ବତନ୍ତ୍ର କୋର୍ଟ। ଆଜି ଏହି ମାମଲାରେ ରାୟ ଦେଇ ରାଜ ବବ୍ବରଙ୍କୁ ଦୁଇ ବର୍ଷ ଜେଲଦଣ୍ଡ ଦେଇଥିଲେ ଜନପ୍ରତିନିଧିଙ୍କ ମାମଲାର ବିଚାର ଲାଗି ଗଠିତ ସ୍ବତନ୍ତ୍ର କୋର୍ଟ। ଏହି ରାୟ ଦିଆଯିବା ସମୟରେ ରାଜ ବବ୍ବର ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ। ତେବେ ଜେଲ ଦଣ୍ଡ ମିଳିବା ପରେ ତୁରନ୍ତ ତାଙ୍କୁ ଦୁଇଟି ୨୦,୦୦୦ ଟଙ୍କାର ସିୟୋରିଟି ଏବଂ ବ୍ୟକ୍ତିଗତ ମୁୁଚଲିକା ସହ ଜାମିନ ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe