photo-jansatta
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଫତେପୁର ସିକ୍ରି ଲୋକସଭା ଆସନରୁ ବିଏସ୍ପି ଟିକେଟ୍ରେ ନିର୍ବାଚନ ଲଢୁଥିବା ଶ୍ରୀଭଗବାନ ଶର୍ମା ଓରଫ ଗୁଡୁ ପଣ୍ଡିତଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସର ଲୋକସଭା ପ୍ରାର୍ଥୀ ରାଜ ବବର ଓ ତାଙ୍କ ସମର୍ଥକମାନଙ୍କୁ ମାରିବାକୁ ଧମକ ଦେଉଛନ୍ତି।ଏହି ଭିଡିଓରେ ଗୁଡୁ ପଣ୍ଡିତ କହିଛନ୍ତି,‘ଶୁଣ ରାଜ ବବରଙ୍କ କୁକୁରମାନେ, ତୁମକୁ ଓ ତୁମର ନାଚବାଲା ଗୋଡ଼େଇ ଗୋଡ଼େଇ ଜୋତାରେ ପିଟିବି , ଯିଏକି ସମାଜରେ ମିଛ ପ୍ରଚାର କରୁଛନ୍ତି। ଯେଉଁଠି ମିଳିବ, ଗଙ୍ଗା ମା’ଙ୍କ ରାଣ,ତୋତେ ଓ ତୋ’ର ଦଲାଲକୁ ଜୋତାରେ ପିଟିବି।’ଭିଡିଓରେ ତାଙ୍କର ବୟାନ୍କୁ ନେଇ ସମର୍ଥକମାନେ ଜିନ୍ଦାବାଦ ଧ୍ୱନି ଲଗାଉଛନ୍ତି।
photo-money controlଏଠାରେ ସୂଚନାଯୋଗ୍ୟ ଯେ ଗୁଡୁ ପଣ୍ଡିତ ଏସପି-ବିଏସପି ଓ ଆରଏଲଡି ମେଣ୍ଟର ପ୍ରାର୍ଥୀଭାବେ ନିର୍ବାଚନ ଲଢୁଛନ୍ତି। ତେବେ ଏହି ପ୍ରସଙ୍ଗରେ ଏ ଯାଏଁ ରାଜ୍ ବବର ନିଜର ପ୍ରତିକ୍ରିୟା ଦେଇ ନାହାନ୍ତି। ଫତେପୁର ସିକ୍ରି ଆସନରେ ଏଇ ୧୮ ତାରିଖରେ ଭୋଟ୍ ଗ୍ରହଣ କରାଯିବ।
ଫତେପୁର ସିକ୍ରିରେ ୨୦୧୪ରେ ବିଜେପିର ବାବୁଲାଲ ଚୌଧୁରୀ ବିଜୟୀ ହୋଇଥିଲେ। ହେଲେ ଏଥର ଏଠାରୁ ରାଜ କୁମାର ଚାହର ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି।
Follow Us