ଇଞ୍ଜିନିୟରଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା; ୧୪ ଦିନ ପାଇଁ ଜେଲଗଲେ କଂଗ୍ରେସ ବିଧାୟକ

Advertisment
ଇଞ୍ଜିନିୟରଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା; ୧୪ ଦିନ ପାଇଁ ଜେଲଗଲେ କଂଗ୍ରେସ ବିଧାୟକ

Image Courtesy: News Live

ଜୟପୁର: ଇଞ୍ଜିନିୟରମାନଙ୍କୁ ମାଡ଼ ମାରିବା ଘଟଣା ରାଜସ୍ଥାନର ଜଣେ କଂଗ୍ରେସ ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଇଞ୍ଜିନିୟରମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଅଭିଯୁକ୍ତ ବିଧାୟକଙ୍କୁ ଆଜି ଅପରାହ୍ନରେ ୧୪ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଛି।

ଗୁରୁବାର ରାଜସ୍ଥାନର ଢୋଲପୁରର ଏକ ଅଦାଲତ ବିଦ୍ୟୁତ ବିଭାଗର ଦୁଇ ଜଣ ଇଞ୍ଜିନିୟରଙ୍କୁ ଆକ୍ରମଣ କରି ମାଡ଼ ମାରିଥିବା ଅଭିଯୋଗରେ କଂଗ୍ରେସ ବିଧାୟକ ଗିରରାଜ ସିଂ ମାଲିଙ୍ଗାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ଦିନ ଜୟପୁର ପୁଲିସ କମିଶନରଙ୍କ ନିକଟରେ ଅଭିଯୁକ୍ତ ବିଧାୟକ ମାଲିଙ୍ଗା ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କୁ ଢ଼ୋଲପୁରକୁ ଅଣାଯାଇ ଗିରଫ କରାଯାଇଥିଲା। ଆଜି ଗିରଫ ବିଧାୟକଙ୍କୁ ଏକ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ତେବେ, ଅଦାଲତ ତାଙ୍କର ତାଙ୍କ ପରାମର୍ଶଦାତା ଓକିଲ ଅବଦୁଲ ସେଜର ଖାନଙ୍କ ଦ୍ୱାରା ଆଗତ ଜାମିନ ଆବେଦନକୁ ପ୍ରତ୍ୟାଖାନ କରିଦେବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୯ ତାରିଖରେ ଢ଼ୋଲପୁର ଜିଲ୍ଲାର ବାରି କାର୍ଯ୍ୟାଳୟରେ ବିଦ୍ୟୁତ ବିଭାଗର ଦୁଇ ଜଣ ଇଞ୍ଜିନିୟରଙ୍କୁ ଆକ୍ରମଣ କରି ମାଡ଼ ମାରିଥିବାରୁ ଶାସକ କଂଗ୍ରେସ ଦଳର ବିଧାୟକ ଏବଂ ଅନ୍ୟ କେତେକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ, ମାମଲା ରୁଜୁ ହେବା ପରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe