ଧାର୍ମିକସ୍ଥଳରେ ଲାଉଡ୍‌ସ୍ପିକର୍‌ ବାଜିବା ବିପକ୍ଷରେ ବାଲ୍‌ ଠାକ୍‌ରେ କହୁଥିବା ପୁରୁଣା ଭିଡିଓ ସେୟାର୍‌ କଲେ ରାଜ୍‌ ଠାକ୍‌ରେ

Advertisment
ଧାର୍ମିକସ୍ଥଳରେ ଲାଉଡ୍‌ସ୍ପିକର୍‌ ବାଜିବା ବିପକ୍ଷରେ ବାଲ୍‌ ଠାକ୍‌ରେ କହୁଥିବା ପୁରୁଣା ଭିଡିଓ ସେୟାର୍‌ କଲେ ରାଜ୍‌ ଠାକ୍‌ରେ

Image Courtesy of India Today

ମୁମ୍ବାଇ: ଅନେକ ବର୍ଷ ପୂର୍ବେ ‘ଶିବସେନା’ର ସଂସ୍ଥାପକ ବାଲ୍‌ ଠାକ୍‌ରେ ଧାର୍ମିକସ୍ଥଳରେ ଲାଉଡ୍‌ସ୍ପିକର୍‌ ବଜାଯିବା ବିପକ୍ଷରେ କହୁଥିବା ଏକ ଭିଡିଓ କ୍ଲିପ୍‌କୁ ଆଜି ‘ଏମ୍‌ଏନ୍‌ଏସ୍‌’ ମୁଖ୍ୟ ରାଜ୍‌ ଠାକ୍‌ରେ ‌ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି।

୩୬ ସେକେଣ୍ଡ୍‌ର ଏହି କ୍ଲିପ୍‌ରେ ବାଲ୍‌ ଠାକ୍‌ରେ ଲାଉଡ୍‌ସ୍ପିକର୍‌ ବ୍ୟବହାର ବିପକ୍ଷରେ ଚେତାବନୀ ଦେବା ସହ କହୁଛନ୍ତି ଯେ, ମହାରାଷ୍ଟ୍ରରେ ତାଙ୍କ ସରକାର କ୍ଷମତାସୀନ ହେଲେ ରାସ୍ତା ଉପରେ ନମାଜପାଠ ବନ୍ଦ କରାଯିବ।

ମରାଠୀ ଭାଷାରେ ବାଲ୍‌ ଠାକ୍‌ରେ କହୁଛନ୍ତି, ଯେଉଁ ଦିନ ମହାରାଷ୍ଟ୍ରରେ ମୋ ସରକାର  କ୍ଷମତାସୀନ ହେବ, ରାସ୍ତାରେ ନମାଜ ପାଠ ବନ୍ଦ ହେବ। କ‌ୌଣସି ବିକାଶରେ ଧର୍ମ ବାଧକ ନ ହେବା ଉଚିତ। ଯଦି କୌଣସି ହିନ୍ଦୁ ପ୍ରଥା ବିକାଶରେ ବାଧକ ହୁଏ, ସେଥି ପ୍ରତି ମଧ୍ୟ ଆମେ ଦୃଷ୍ଟି ଦେବୁ। ମସ୍‌ଜିଦ୍‌ରୁ ଲାଉଡ୍‌ସ୍ପିକର୍‌ ହଟାଇ ଦିଆଯିବ।

ମହାରଷ୍ଟ୍ରରେ ଲାଉଡ୍‌ସ୍ପିକର୍‌ ବ୍ୟବହାର କଥାରେ ବିବାଦ ଚାଲିଥିବା ବେଳେ ରାଜ୍‌ ଠାକ୍‌ରେ ଉକ୍ତ ଭିଡିଓ ଟୁଇଟର୍‌ରେ ସେୟାର୍‌ କରିଛନ୍ତି।।

publive-image Image Courtesy of NDTV

କିଛି ଦିନ ପୂର୍ବେ ରାଜ୍‌ ଠାକ୍‌ରେ ଦାବି କରିଥିଲେ ଯେ, ମେ ୩ ତାରିଖ ସୁଦ୍ଧା ରାଜ୍ୟରେ ଥିବା ମସ୍‌ଜିଦ୍‌ଗୁଡ଼ିକରୁ ହଟାଇ ଦିଆଯାଉ। ତାହା ନ ହେଲେ, ମସ୍‌ଜିଦ୍‌ ବାହାରେ ଉଚ୍ଚସ୍ବରରେ ହନୁମାନ ଚାଳିଶା ବଜାଯିବ।

ଏହାଛଡ଼ା, ଯଦି ଲାଉଡ୍‌ସ୍ପିକର୍‌ ନ ‌ହଟେ ତେବେ, ମେ ୪ ତାରିଖରୁ ମସ୍‌ଜିଦ୍‌ ବାହାରେ ହନୁମାନ ଚାଳିଶା ବଜାଇବାକୁ ମେ ୧ ତାରିଖ ଦିନ ଔରଙ୍ଗାବାଦ ରାଲିରେ ରାଜ୍‌ ଠାକ୍‌ରେ ଜନସାଧାରଣଙ୍କୁ କହିଥିଲେ।

ଔରଙ୍ଗାବାଦର ମରାଠାୱାଡ଼ା ଅଞ୍ଚଳରେ ଆୟୋଜିତ ରାଲିରେ ରାଜ୍‌ ଠାକ୍‌ରେ ଉଦ୍‌ବୋଧନ ଦେବା ବେଳେ କହିଥିଲେ, ସଂଖ୍ୟାଲଘୁ ସମ୍ପ୍ରଦାୟ ଭଲରେ ଲାଉଡ୍‌ସ୍ପିକର ହଟାଇବା ଅନୁରୋଧ ନ ରଖିଲେ ‘ମହାରାଷ୍ଟ୍ରର କ୍ଷମତା’ ଦେଖିବେ। ମେ ୩ ପରେ ଯାହା ହେବ ସେଥିପାଇଁ ମୁଁ ଦାୟୀ ରହିବି ନାହିଁ।

ଏଭଳି ଉତ୍ତେଜକ ଭାଷଣ ଯୋଗୁଁ ମଙ୍ଗଳବାର ଦିନ ‘ଏମ୍‌ଏନ୍‌ଏସ୍‌’ ମୁଖ୍ୟ ରାଜ୍‌ ଠାକ୍‌ରେ ଏବଂ ରାଲିର ଆୟୋଜକମାନଙ୍କ ବିରୋଧରେ ଔରଙ୍ଗାବାଦ ପୁଲିସ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe