Advertisment

ସତ ଓଗାଳିବେ ସୋନମ ଓ ରାଜ; ବଢ଼ିପାରେ ସମସ୍ୟା

Advertisment
974a62b3-f248-4943-9930-0a901a99f64c

ନୂଆଦିଲ୍ଲୀ: ଇନ୍ଦୋରର ରାଜା ରଘୁବଂଶୀଙ୍କ ପରିବାର ବୋହୂ ସୋନମ ରଘୁବଂଶୀ ଏବଂ ତାଙ୍କ ପ୍ରେମିକ ରାଜ କୁଶୱାହାର ନାର୍କୋ ଟେଷ୍ଟ କରାଇବେ। 

ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହିତ ମିଶି ସ୍ବାମୀ ରାଜା ରଘୁବଂଶୀଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାକୁ କେନ୍ଦ୍ର କରି ରାଜାଙ୍କ ପରିବାର ଉଭୟଙ୍କ ନାର୍କୋ ଟେଷ୍ଟ ପାଇଁ ମେଘାଳୟ ହାଇକୋର୍ଟର ଦ୍ୱାରସ୍ଥ ହେବେ।

ରାଜା ରଘୁବଂଶୀ ମଇ ମାସ ଶେଷରେ ସୋନମ ରଘୁବଂଶୀଙ୍କ ସହିତ ହନିମୁନ ପାଇଁ ମେଘାଳୟ ଯାଇଥିଲେ। ଆସାମର ମା’ କାମାକ୍ଷା ଦେବୀଙ୍କ ମନ୍ଦିର ଦର୍ଶନ କରିବା ପରେ ଉଭୟ ମେଘାଳୟ ଚାଲିଯାଇଥିଲେ, କିନ୍ତୁ ସେଠାକୁ ଯିବା ପରେ ପରିବାର ସହିତ ସେମାନେ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରି ନଥିଲା।

ଗତ ଜୁନ୍ ୨ତା୍ରିଖରେ ରାଜାଙ୍କ ମୃତଦେହ ମିଳିବା ପରେ ସୋନମଙ୍କୁ ଖୋଜା ଯାଇଥିଲା କିନ୍ତୁ ସେ ସମୟରେ ସୋନମ ନିଖୋଜ ଥିଲେ। ଗୋଟିଏ ସପ୍ତାହ ପରେ ସୋନମଙ୍କୁ ଉତ୍ତର ପ୍ରଦେଶର ଗାଜିପୁରର ଏକ ଢାବାରୁ ପୁଲିସ ଉଦ୍ଧାର କରିଥିଲା। 

ପୁଲିସ ତଦନ୍ତ ସମୟରେ ଜାଣିବା୍କୁ ପାଇଥିଲା କି, ସୋନମ ତାଙ୍କ ପ୍ରେମିକ ଓ କିଛି ଲୋକଙ୍କ ସହ ମିଶି ରାଜ କୁଶୱାହାଙ୍କୁ ହତ୍ୟା କରିଛି। ରାଜାଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ପୁଲିସ ହେପାଜତରେ ଅଛନ୍ତି।

ମଙ୍ଗଳବାର ରାଜାଙ୍କ ପରିବାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜାଙ୍କ ହତ୍ୟା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ, ତେଣୁ ସେମାନେ ସୋନମ ଏବଂ ରାଜଙ୍କ ନାର୍କୋ ଟେଷ୍ଟ କରିବାକୁ ଦାବି କରିଛନ୍ତି।

ରାଜା ରଘୁବଂଶୀଙ୍କ ବଡ଼ ଭାଇ ବିପିନ ରଘୁବଂଶୀ  କହିଛନ୍ତି, 'ମୋ ଭାଇଙ୍କ ହତ୍ୟା ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ସୋନମ ଏବଂ କୁଶୱାହାଙ୍କ 'ନାର୍କୋ ଟେଷ୍ଟ' ଏ ବିଷୟରେ ସୁରାକ ପ୍ରଦାନ କରିପାରେ। ତେଣୁ, ଆମେ ଖୁବ୍ ଶୀଘ୍ର ଉଭୟ ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ ପାଇଁ ମେଘାଳୟ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିବୁ।' 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe