Advertisment

ସୋନମ ମୋ ପୁଅକୁ ଉପହାରରେ ଦେଇଥିଲା କଳା କ‌ଣ୍ଢେଇ: ମୃତକଙ୍କ ମା’

Advertisment
35643ject (33)

ନୂଆଦିଲ୍ଲୀ: ପରିବାରଲୋକ ବହୁତ ଆଶା ନେଇ ହସଖୁସିରେ ଧୁମଧାମରେ କରିଥିଲେ ବ୍ୟବସାୟୀ ରାଜା ରଘୁବଂଶୀଙ୍କ ବିବାହ। ଘରକୁ ନୂଆ ବୋହୂ ଆସିବ ହସଖୁସିରେ ଘର ପୁରି ‌ଉଠିବ ଏମିତି ଅନେକ ସ୍ବପ୍ନ ଦେଖିଥିଲା ରଘୁବଂଶୀ ପରିବାର। କିନ୍ତୁ ଏସବୁ ଆଶା ଯେ କିଛି କ୍ଷଣରେ ମଉଳି ତାହା କେହି କଳ୍ପନା ବି କରି ନଥିଲେ। ଘରକୁ ବ‌ୋହୂ ଆସି ପୁଅ ସହିତ ହନିମୁନ ଯାଇ କରିଥିଲା ହତ୍ୟା।

ପୁଅ ରାଜାଙ୍କ ମୃତ୍ୟୁକୁ ନେଇ ମା’ ଉମା ରଘୁବଂଶୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଗଣମାଧ୍ୟମରେ କାନ୍ଦିକାନ୍ଦି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆମକୁ ନ୍ୟାୟ ଆବଶ୍ୟକ। ଯେଉଁମାନେ ମୋ ସନ୍ତାନ ସହିତ ଅନ୍ୟାୟ କରିଛନ୍ତି ସେମାନଙ୍କୁ ଇଶ୍ବର ଉଚିତ ଦଣ୍ଡ ଦିଅନ୍ତୁ।

ସୋନମ୍ ଏବଂ ରାଜା ଉଜ୍ଜୟିନୀ ଯାଇଥିଲେ। ସେଠାରୁ ‌ସୋନମ ଏକ କଳା କଣ୍ଢେଇ ଆଣି ମୋ ପୁଅକୁ ଉପହାରରେ ଦେଇ ଘରେ ଟାଙ୍ଗି ଥିଲା। ମୁଁ ତାକୁ ଏପରି କଣ୍ଢେଇ କାହିଁକି ଟାଙ୍ଗୁଛୁ ବୋଲି ପ୍ରଶ୍ନ କରିବାରୁ ସେ କହିଥିଲା ମମି ଏପରି କଲେ ଖରାପ ନଜର ଲାଗେ ନାହିଁ।

ସୋନମ୍ ନାମ ଶୁଣିଲେ ମୋ ମନରେ ଏକ ଅଦ୍ଭୁତ ପ୍ରକାର ଭୟ ଜାତ ହେଉଛି। ଏହି ନାମକୁ ନେଇ ମୁଁ ଭୟଭୀତ ହୋଇଗଲିଣି। ମୁଁ କହିବି ଆପଣମାନେ କେବେବି ସୋନମ୍ ନାମକ ଝିଅ ସହିତ ପୁଅର ବିବାହ କରାନ୍ତୁ ନାହିଁ। ଯଦି ତୁମର ପିଲା ଅଛି, ତେବେ କେବେବି ତାକୁ ସୋନମ୍ ନାମ ଦିଅନ୍ତୁ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe