ନୂଆଦିଲ୍ଲୀ: ହନିମୁନ ହତ୍ୟା ମାମଲାରେ ଜୋରଦାର ଚାଲିଛି ତଦନ୍ତ । ଦୋଷୀକୁ ଦଣ୍ଡ ଏବଂ ରାଜା ରାଘୁବଂଶୀଙ୍କ ପରିବାରକୁ ନ୍ୟାୟ ଦେବାକୁ ତଦନ୍ତକୁ କ୍ଷୀପ୍ର କରିଥିବା ଟିମ୍ ଆଜି ମେଘାଳୟର ଚେରାପୁଞ୍ଜିରେ ପହଞ୍ଚିଛି । ଯେଉଁଠି ହନିମୁନରେ ଯାଇଥିବା ରାଜା ରଘୁବଂଶୀଙ୍କୁ ତାଙ୍କ ପତ୍ନୀ ଓ ପତ୍ନୀଙ୍କ ପ୍ରେମିକ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ । ପୋଲିସ ଆଜି ହତ୍ୟାକାଣ୍ଡରେ ସଂପୃକ୍ତ ୩ ଅଭିଯୁକ୍ତଙ୍କ ସମେତ ରାଜାଙ୍କ ପତ୍ନୀ ସୋନମଙ୍କୁ ମଧ୍ୟ କ୍ରାଇମ୍ ସ୍ପଟକୁ ନେଇଛି ।
#WATCH | Raja Raghuvanshi Murder Case | Meghalaya: A team of Forensic Crime Scene Unit arrives at Wei Sawdong Falls in Sohra.
— ANI (@ANI) June 17, 2025
SDRF and Police team have also reached the spot. Today, Meghalaya Police team, along with the accused persons, will reach here to conduct the crime… pic.twitter.com/baXZkM7ds0
ତେବେ ସାଓଡଙ୍ଗ ଜଳପ୍ରପାତ ପାଖକୁ ୪ ଜଣଙ୍କ ନେଇ ପୋଲିସ ପୁଣି ଥରେ ସିନ୍ ରିକ୍ରିଏସନ କରିବ । କେମିତି ସେମାନେ ହତ୍ୟା ପାଇଁ ଯୋଜନା କରିଥିଲେ ? କେଉଁଠି ଛିଡା ହୋଇ ହତ୍ୟା କରିଥିଲେ ? ପ୍ରଥମେ କିଏ ମାରିଥିଲା ? ହତ୍ୟା ପରେ ମୃତଦେହକୁ କେମିତି ଜଳପ୍ରପାତକୁ ଫିଙ୍ଗାଗଲା ? ଅପରାଧର ସବୁ ଚିତ୍ରକୁ ପୁଣି ଥରେ ଦେଖାଇବେ ଏହି ସୈତାନମାନେ ।
#WATCH | Raja Raghuvanshi murder case | Police reach the crime spot with three accused, including Sonam Raghuvanshi, for crime scene reconstruction, at Wei Sawdong Falls, Cherrapunji pic.twitter.com/YsAt3uwVEz
— ANI (@ANI) June 17, 2025
ସକାଳେ ସକାଳେ ହତ୍ୟାକାଣ୍ଡସ୍ଥଳରେ ପୋଲିସ ଅପରାଧୀଙ୍କୁ ନେଇ ପହଞ୍ଚିଥିବା ବେଳେ ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ରାଜା ରଘୁବଂଶୀ ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ ଏକ କୁରାଢିରେ ହତ୍ୟା ହୋଇଥିବା କୁହାଯାଉଥିବା ବେଳେ ଗତକାଲି ଏକ କଟୁରୀ ଜବତ ହୋଇଛି । ହନିମୁନରେ ଯାଇ ସ୍ବାମୀ ରାଜାଙ୍କୁ କେଉଁଥିରେ ହତ୍ୟା କଲା ପିଶାଚୀ ପତ୍ନୀ ସୋନମ । ଏ ପ୍ରଶ୍ନ ଅନେକ ସମୟରେ ଉଠୁଥିବା ବେଳେ କାଲି ସାମ୍ନାକୁ ଆସିଥିଲା ସାଙ୍ଘାତିକ ସତ । ନିଜ ସ୍ବାମୀ ରାଜାକୁ ଏକ ଧାରୁଆ କଟୁରୀରେ ହତ୍ୟା କରିଛନ୍ତି ଦୁହେଁ ସୋନମ ଏବଂ ତାର ପ୍ରେମିକ ।
#WATCH | Raja Raghuvanshi murder case | Police reached the crime spot with three accused, including Sonam Raghuvanshi, for crime scene reconstruction, at Wei Sawdong Falls, Cherrapunji pic.twitter.com/U0SK2JGaED
— ANI (@ANI) June 17, 2025
ତେବେ ରାଜାଙ୍କୁ ହତ୍ୟା ହୋଇଥିବା ଉକ୍ତ ଅସ୍ତ୍ର ଜବତ ହୋଇଛି । ହତ୍ୟାରେ ବ୍ୟବହୃତ ଅସ୍ତ୍ରରୁ ପୋଲିସ ଜବତ କରିଛି ଏବଂ କହିଛି ରାଜାଙ୍କୁ ପ୍ରଥମ ଆକ୍ରମଣ ସୋନମର ପ୍ରେମିକ ବିଶାଲ କରିଥିଲା । ରାଜା ମଧ୍ୟ ଏହି ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ହେଲେ ପାରିନଥିଲେ ଧାରୁଆ ଅସ୍ତ୍ରର ଚୋଟରେ ଶେଷରେ ଚାଲିଯାଇଥିଲା ତାଙ୍କ ଜୀବନ । ତେବେ ଅଭିଯୁକ୍ତମାନେ ଗୌହାଟୀ ରେଳ ଷ୍ଟେସନ ନିକଟରୁ ଏହି ଅସ୍ତ୍ର କିଣିଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି ।
ଅଧିକ ପଢନ୍ତୁ-
ହନିମୁନ ହତ୍ୟା ମାମଲା: ରାଜାଙ୍କ ହତ୍ୟାରେ ବ୍ୟବହୃତ ହତିଆର ଜବତ, ପ୍ରଥମେ ହାଣିଥିଲା ସୋନମଙ୍କ ପ୍ରେମିକ