ପ୍ରପର୍ଟି ଡିଲର  ଗିରଫ ପରେ ରାଜା ରଘୁବଂଶୀ ହତ୍ୟା ମାମଲା ନେଲା ନୂଆମୋଡ

New 325423Project (24)

ନୂଆଦିଲ୍ଲୀ: ଇନ୍ଦୋରର ବହୁଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲା ନୂଆମୋଡ ନେଇଛି। ଏହି ମାମଲା ସହିତ ଜଡ଼ିତ ଆଉ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ଶିଲୋମ ଜେମ୍ସ। ଶିଲୋମ ଜଣେ ପ୍ରପର୍ଟି ଡିଲର ଭାବେ କାମ କରନ୍ତି। ସୋନମଙ୍କ କଳା ବ୍ୟାଗ ଉଠାଇ ନେଇଥିବା ନେଇ ଶିଲୋମଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ରିମା‌ଣ୍ଡ ସମୟରେ ରାଜା ହତ୍ୟା ମାମଲାର ଅଭିଯୁକ୍ତ ବିଶାଳ ଓରଫ ଭିକ୍କି ଚୌହ୍ବାନ ପୁଲିସ ସମ୍ମୁଖ‌ରେ ନିଜର ଦୋଷ ସ୍ବୀକାର କରି କହିଥିଲେ, ‘ସୋନମ ଇନ୍ଦୋରରେ ମୋ ଭଡ଼ା ଘରେ ଲୁଚି ରହିଥିଲେ । ମୁଁ ତାଙ୍କୁ ଆଶ୍ରୟ ଦେବା ସହିତ ଅନଲାଇନରେ ଏକ ଅଟୋ ବୁକ କରିଥିଲି। ଏହି ସମୟରେ ମୁଁ ଏକ କଳାରଙ୍ଗର ବ୍ୟାଗ ବି ତାଙ୍କ ପାଖରେ ପହଞ୍ଚାଇଥିଲି। ଯେଉଁଥି‌ରେ ସୋନମଙ୍କ ପୋଷାକ ସହିତ ଅଳଙ୍କାର, ଟଙ୍କା ଓ ଦେଶୀ ବନ୍ଧୁକ ଥିଲା।’

ବିଶାଳ ବୟାନ ଆଧାରରେ ସିଲଂ ପୁଲିସ ଇନ୍ଦୋରରେ ପହଞ୍ଚି ସେହି କଳା ବ୍ୟାଗର ଯାଞ୍ଚ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ ଓ ଯେଉଁ ବୁକ ଅଟୋରେ ସୋନମ ଯାଇଥିଲେ ସେ ଅଟୋର ପତ୍ତା ଲାଗାଇଥିଲା ପୁଲିସ। ସିସିଟିଭି ଫୁଟେଜରେ ଶିଲୋମ ଜେମ୍ସ ସେହି କଳା ବ୍ୟାଗକୁ ବିଶାଳଙ୍କ ଭଡ଼ା ଘରୁ ବାହାର କରି ନେଉଥିବା ଦେଖିବାକୁ ମିଳିଥିଲା।ଏହାପରେ ଶିଲୋମଙ୍କ ଉପରେ ଚଢ଼ାଉ କରି ପୁଲିସ ଗିରଫ କରିଛି। ଗିରଫ ପରେ ଶିଲୋମ ଏସବୁ କାହା ନିର୍ଦ୍ଦେଶରେ କରିଥିଲେ ସେ ଦିଗରେ ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe