ମେଘାଳୟ ସରକାରଙ୍କୁ କ୍ଷମା ମାଗି ରାଜାଙ୍କ ଭାଇ କହିଛନ୍ତି,‘ସୋନମଙ୍କ ଭଳି ମହିଳାଙ୍କ ପାଇଁ ନଷ୍ଟ ହୋଇଯାଇଛି ୭ଟି ପରିବାର’

ମୃତ ରାଜାଙ୍କ ଭାଇ ସଚିନ ରଘୁବଂଶୀ ମେଘାଳୟ ସରକାରଙ୍କୁ କ୍ଷମା ମାଗି କହିଛନ୍ତି,‘ସୋନମଙ୍କ ଭଳି ମହିଳାଙ୍କ ପାଇଁ ରାଜ୍ୟର ଛବି ଖରାପ ହୋଇଛି। ଏହି ମହିଳାଙ୍କ ଷଡଯନ୍ତ୍ର ମୋ ଭାଇର ଜୀବନ ନେବା ସହିତ ୭ଟି ପରିବାରକୁ ନଷ୍ଟ କରି ଦେଇଛି।’

wreter

ନୂଆଦିଲ୍ଲୀ: ଇନ୍ଦୋରର ବ୍ୟବସାୟୀ ସୋନମ ରଘୁବଂଶୀଙ୍କ ହତ୍ୟା ମାମଲାର ଯାଞ୍ଚ ଯେତେ ଆଗକୁ ବଢ଼ୁଛି ନୂଆନୂଆ ତଥ୍ୟ ସେତେ ସାମ୍ନାକୁ ଆସିବାରେ ଲାଗିଛି।

ଯାଞ୍ଚ ଏଜେନ୍ସିଙ୍କ କହିବାନୁଯାୟୀ ମୃତ ରାଜାଙ୍କ ଭାଇ ସଚିନ ରଘୁବଂଶୀ ମେଘାଳୟ ସରକାରଙ୍କୁ କ୍ଷମା ମାଗିଛନ୍ତି। ସଚିନ କ୍ଷମା ମାଗି କହିଛନ୍ତି, ‘ସୋନମଙ୍କ ଭଳି ମହିଳାଙ୍କ ପାିଇଁ ରାଜ୍ୟର ଛବି ଖରାପ ହୋଇଛି। ମେଘାଳୟ ପୁଲିସ ଅପରେସନ ହନିମୁନ ନାମରେ ୧୭ଦିନ ଭିତରେ ଯାଞ୍ଚ କରି ତାର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥିଲା। ରାଜାଙ୍କ ହତ୍ୟା ଘଟଣାରେ ପୁଲିସ  ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କ ସ‌ମେତ ରାଜ କୁଶୱାହ, ବିଶାଳ ସିଂହ ଚୌହ୍ବାନ, ଆକାଶ ରାଜପୁତ ଓ ଆନନ୍ଦ କୁଲିଙ୍କୁ ମଧ୍ୟପ୍ରଦେଶ ଓ ଉତ୍ତରପ୍ର‌ଦେଶରୁ ଗିରଫ କରିଛି। ପୁଲିସ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ କ୍ରାଇମର ରି-କ୍ରିଏସନ କରି ହତ୍ୟାକାଣ୍ଡର ସମସ୍ତ ଦିଗକୁ କେନ୍ଦ୍ର କରି ତଦନ୍ତ କରିବ।

ମୁଁ ମେଘାଳୟ ସରକାର ଓ ପୁଲିସକୁ ଧନ୍ୟବାଦ ଦେବାକୁ ଚାହିଁବି କି ଏଭଳି ଦୁଃଖ ସମୟରେ ସେମାନେ ଆମପାଖରେ ରହିଛନ୍ତି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ମେଘାଳୟ ସରକାର ପର୍ଯ୍ୟଟକଙ୍କ ପ୍ରତି କେତେ ଯତ୍ନବାନ ତାହା ପ୍ରମାଣ କରି ଦେଇଛନ୍ତି। ସୋନମର ଷଡଯନ୍ତ୍ର ହେତୁ କେବଳ ମୋ ଭାଇର ଜୀବନ ଯାଇ ନାହିଁ ବରଂ ୭ଟି ପରିବାର ନଷ୍ଟ ହୋଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe