ଇନ୍ଦୋର: ହନିମୁନ ହତ୍ୟା ମାମଲାରେ ପୁଣି ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହୋସ୍ ଉଡାଇଦେବ ପିଶାଚୀ ପତ୍ନୀର କାରନାମା ଶୁଣିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ବାହାଘରର ବାର ଦିନ ପରେ ହିଁ ନିଜ ସ୍ବାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ନିଜ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବାକୁ ପ୍ଲାନ କରିଛି ଆଉ ସୁପାରୀ ଦେଇ ଶେଷରେ ହନିମୁନ ଟ୍ରିପରେ ଥିବା ବେଳେ ସ୍ବାମୀଙ୍କୁ ହତ୍ୟା କରିଛି ଆଉ ହତ୍ୟା ପରେ ଘଟଣାକୁ ନାଟକୀୟ ମୋଡ ଦେବାକୁ ଚେଷ୍ଟା କରିଥିଲେ ହେଁ ପିଶାଚୁଣୀ ପତ୍ନୀର ସବୁ ଚାଲ୍ ଧରା ପଡିଯାଇଛି । ଆଉ ହନିମୁନ ହତ୍ୟା ମାମଲାରେ ସ୍ତ୍ରୀ ହାତରେ ହାତକଡ଼ି ପଡିଛି ।
ରାଜା ରଘୁବଂଶୀ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଆଉ କେହି ନୁହନ୍ତି ବରଂ ତାଙ୍କ ନିଜ ପତ୍ନୀ ଖୋଦ୍ ସୋନମ । ସୋନମଙ୍କୁ ଗାଜିପୁରର ଗୋଟିଏ ଢ଼ାବାରୁ ଉତ୍ତରପ୍ରଦେଶ ପୋଲିସ ଧରିବାରେ ସଫଳ ହୋଇଛି । ଏଥିସହ ଅନ୍ୟ ୪ ଅଭିଯୁକ୍ତ ମଧ୍ୟ ପୁଲିସ ହାତରେ ଧରା ପଡ଼ିଛନ୍ତି । ଅଭିଯୁକ୍ତମାନେ ହେଲେ ଆକାଶ ରାଜପୁତ, ବିଶାଲ, ଆନନ୍ଦ ଏବଂ ରାଜ ସିଂ କୁଶଓ୍ବାହା । ୨୧ ବର୍ଷୀୟ ରାଜ ସିଂ କୁଶଓ୍ବାହା ସୋନମଙ୍କ ବୟଫ୍ରେଣ୍ଡ ବୋଲି କୁହାଯାଉଛି । ଆଉ ସେହି ପ୍ରେମିକର ପ୍ଲାନ ଅନୁସାରେ ସୋନମଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି ।
ତେବେ ରାଜା ଏବଂ ସୋନମ ହନିମୁନ୍ ପାଇଁ ସିଲଙ୍ଗ ଯାଇଥିଲେ । ସେହିଠାରେ ହିଁ ରାଜାଙ୍କୁ ସୁପାରି କିଲର୍ ହତ୍ୟା କରି ଘାଟିରୁ ଫିଙ୍ଗି ଦେଇଥିଲେ । ସବୁଠାରୁ ବଡ଼ କଥା ହେଉଛି ପ୍ରେମିକ ରାଜ୍ କିନ୍ତୁ ସେମାନଙ୍କ ସହ ସିଲଙ୍ଗ ଯାଇନଥିଲା । ସିଏ ଫୋନ ମାଧ୍ୟମରେ ଯୋଜନାକୁ ପରିଚାଳନା କରୁଥିଲା । ଲଗାତାର ଭାବେ ଭିନ୍ନ ଭିନ୍ନ ଲୋକେସନ ସହ ସୋନମ ଏବଂ ସୁପାରୀ କିଲରଙ୍କ ସହ ଯୋଗାଯୋଗ ଏବଂ ଚାଟିଂ ମାଧ୍ୟମରେ ନିର୍ଦ୍ଦେଶ ଦେଉଥିଲା ।
ଅଧିକ ପଢନ୍ତୁ-
ହନିମୁନ ହତ୍ୟା ମାମଲା: ମାରଣାସ୍ତ୍ରରେ ମୁଣ୍ଡର ଆଗ ଓ ପଛରେ କରାଯାଇଛି ଗଭୀର ଆକ୍ରମଣ...
ସିଲଙ୍ଗରେ ପ୍ରଥମେ ସୁପାରୀ କିଲରଙ୍କୁ ସୋନମ ଭେଟିଥିଲେ ଏବଂ ପରେ ସମସ୍ତେ ଚେରାପୁଞ୍ଜି ବାହାରିଥିଲେ । ସେଠାରେ ଯୋଜନା ମୁତାବକ ସୋନମ ରାଜାଙ୍କୁ ଏକ ଶୂନଶାନ ରାସ୍ତାରେ ନେଇଯାଇଥିଲେ, ଯେଉଁଠି ଆଗରୁ ସୁପାରୀ କିଲରମାନେ ପ୍ରସ୍ତୁତ ହୋଇଥିଲେ ଏବଂ ସେମାନେ ମିଳିମିଶି ରାଜାଙ୍କୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ଗିରଫ ହୋଇଥିବା ୪ ଅଭିଯୁକ୍ତ । ହତ୍ୟାକାଣ୍ଡ ପରେ ୪ ଅଭିଯୁକ୍ତଙ୍କ ସମେତ ସୋନମ ଉକ୍ତ ସ୍ଥାନ ଛାଡି ଚାଲିଆସିଥିଲେ ଏବଂ ଗୌହାଟୀ ଅଭିମୁଖେ ଯାତ୍ରା କରିଥିଲେ । ଗୌହାଟୀରେ ସମସ୍ତେ ସାଙ୍ଗରେ ରହିବା ପରେ ପରଦିନ ଯେଝା ବାଟରେ ଯେଝେ ଯାଇଥିଲେ । ହେଲେ ମେଘାଳୟ ପୋଲିସକୁ ରାଜାଙ୍କ ପତ୍ନୀ ସୋନମଙ୍କ ଉପରେ ସନ୍ଦେହ ବଢିଥିଲା ।
ସେପଟେ ରାଜାଙ୍କ ମୃତଦେହ ସମ୍ପୂର୍ଣ୍ଣ ଭାବରେ ସଢ଼ି ଯାଇଥିଲେ ସୁଦ୍ଧା ପରିବାର ଶବକୁ ଚିହ୍ନଟ କରିଥିଲେ । ହତ୍ୟାକାଣ୍ଡ ମେ ୨୩ ତାରିଖରେ ଘଟିଥିବା ବେଳେ ମେ ୧୧ ତାରିଖରେ ଦୁହିଁଙ୍କ ବିବାହ ହୋଇଥିଲା । ମାତ୍ର ୧୨ ଦିନରେ ନିଜ ଅସଲ ରୂପକୁ ଫେରି ଆସି ମିଛ ବିବାହର ନାଟକ କରୁଥିବା ସୋନମ ନିଜ ପ୍ରେମିକ ପାଇଁ ଗୋଟେ ପରିବାରକୁ ଛାରଖାର କରିଦେଲା । ଜୁନ୍ ୨ ରେ ରାଜାଙ୍କ ଶବ ମିଳିବା ପରେ ମାମଲା ଭିନ୍ନ ମୋଡ଼ ନେଇଥିଲା ଏବଂ ହତ୍ୟାକାଣ୍ଡର ଖୁଲାସା ହେଲା ।