ରାଜସ୍ଥାନରେ ଓବିସିଙ୍କ ପାଇଁ ୨୬% ସଂରକ୍ଷଣ

Advertisment
ରାଜସ୍ଥାନରେ ଓବିସିଙ୍କ ପାଇଁ ୨୬% ସଂରକ୍ଷଣ

ଜୟପୁର(ରାଜସ୍ଥାନ): ରାଜସ୍ଥାନରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ଅନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ସ୍ଥାନ ସଂରକ୍ଷଣ ପରିମାଣ ୨୧ ପ୍ରତିଶତରୁ ବୃଦ୍ଧି ପାଇ ୨୬ ପ୍ରତିଶତ ହେଲା। ରାଜ୍ୟର ଗୁଜ୍ଜର ସମେତ ଅନ୍ୟ ୫ଟି ସମ୍ପ୍ରଦାୟ ଏହାଦ୍ୱାରା ଉପକୃତ ହେବେ ବୋଲି ଜଣାଯାଇଛି। ପୂର୍ବରୁ ଏମାନେ ସ୍ୱତନ୍ତ୍ର ପଛୁଆ ଜାତି ବର୍ଗରେ ରହିଥିଲେ। ଏ ସଂକ୍ରାନ୍ତ ଏକ ବିଲ୍‌ ଆଜି ରାଜ୍ୟ ବିଧାନସଭାରେ ପାରିତ ହୋଇଯାଇଛି। ଫଳରେ ଆଉ ସ୍ୱତନ୍ତ୍ର ପଛୁଆ ବର୍ଗ ବୋଲି କିଛି ରହିବନାହିଁ। ତାହା ପରିବର୍ତ୍ତେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସବୁଠୁ ଅନ୍ୟାନ୍ୟ ପଛୁଆ ବର୍ଗ(ମୋଷ୍ଟ ଓବିସି) ନାମରେ ସ୍ଥାନ ସଂରକ୍ଷଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe