ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବାଜିମାତ୍‌

Advertisment
ହଟିଲେ ଶୁଭଙ୍କର ସରକାର, ଓଡ଼ିଶା ପାଇଁ ୩ ନେତାଙ୍କୁ ଏଆଇସିସି ସମ୍ପାଦକ ଦାୟିତ୍ୱ

ଜୟପୁର : ମାର୍ଚ୍ଚ ୬ ତାରିଖରେ ହୋଇଥିବା ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବି କଂଗ୍ରେସ ନିଜର ବିଜୟ ଧାରା ବଜାୟ ରଖିଛି। ରାଜସ୍ଥାନର ସମୁଦାୟ ୩୩ଟି ଜିଲ୍ଲାରୁ ୨୧ଟି ଜିଲ୍ଲାରେ ଜିଲ୍ଲା ପରିଷଦ, ନଗର ପାଳିକା ଏବଂ ପଞ୍ଚାୟତ ସମିତି ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ତେବେ ଏହି ଉପନିର୍ବାଚନରେ ବିଜେପିକୁ ପଛରେ ପକାଇ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି। କଂଗ୍ରେସ ୪ଟି ଜିଲ୍ଲା ପରିଷଦ ଆସନ ଜିତିଥିବାବେଳେ ବିଜେପି ଗୋଟିଏ ଜିତିଛି। ସେହିପରି ନଗରପାଳିକା/ନଗର ପରିଷଦ ଆସନରେ କଂଗ୍ରେସ ୪ଟି ଆସନ ଜିତିଥିବାବେଳେ ବିଜେପି ଦୁଇଟି ଆସନ ଜିତିଛି। ଅନ୍ୟପକ୍ଷରେ କଂଗ୍ରେସ ୧୨ଟି ପଞ୍ଚାୟତ ସମିତି ଆସନ ଜିତିଥିବାବେଳେ ବିଜେପି ଭାଗରେ ମାତ୍ର ୮ଟି ପଡ଼ିଛି। ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ଆସନ ଜିତିଛନ୍ତି। ବାର୍ମେର ଏବଂ ଡୁଙ୍ଗାରପୁରରେ କଂଗ୍ରେସ ୨ଟି ଜିଲ୍ଲା ପରିଷଦ ଆସନ ଜିତିଥିବାବେଳେ କରୌଲିରେ ୨ଟି ଆସନ ଜିତିଛି। ବିଜେପି ଝୁନଝୁନୁରେ ଗୋଟିଏ ଆସନରୁ ଜିତିଛି। ସେହିପରି ଭରତପୁର, ଭିଲଓ୍ଵାରା, ବିକାନେର, ବୁଣ୍ଡି, ଚୁରୁ, ଦୌସା,ରାଜସମନ୍ଦରେ ହୋଇଥିବା ପଞ୍ଚାୟତ ସମିତି ଉପନିର୍ବାଚନରେ କଂଗ୍ରେସ ସମସ୍ତ ଆସନରେ ଜିତିଥିବାବେଳେ ବିଜେପି ଚିତ୍ତୋରଗଡ଼, ଜୋଧପୁର, ନାଗୋର, ପ୍ରତାପଗଡ଼, ରାଜସମନ୍ଦରେ ସମସ୍ତ ଆସନରୁ ବିଜୟ ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe