ବାୟୁସେନାର ୱିଙ୍ଗ କମାଣ୍ଡର ଦେଶକୁ ବାହୁଡ଼ିଲେ, ଖୁସିରେ ନବଜାତ ଶିଶୁର ନାମ ‘ଅଭିନନ୍ଦନ’ ରଖି ପରିବାର ଲୋକେ କହିଲେ ଏମିତି କଥା

Advertisment
ବାୟୁସେନାର ୱିଙ୍ଗ କମାଣ୍ଡର ଦେଶକୁ ବାହୁଡ଼ିଲେ, ଖୁସିରେ ନବଜାତ ଶିଶୁର ନାମ ‘ଅଭିନନ୍ଦନ’ ରଖି ପରିବାର ଲୋକେ କହିଲେ ଏମିତି କଥା

ଜୟପୁର: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବୀରତା ପାଇଁ ଦେଶ ସଲାମ୍‌ କରୁଛି। ଏମିତିରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଅବା ସାଧାରଣ ଜନତା, ସମସ୍ତେ ଅଭିନନ୍ଦନଙ୍କ ବୀରତା ପାଇଁ ତଥା ଶତ୍ରୁ ଦେଶରୁ ସୁରକ୍ଷିତ ଭାବେ ଭାରତକୁ ଫେରି ଆସିବାକୁ ନେଇ ପ୍ରଶଂସା କରୁଛନ୍ତି। ଅଭିନନ୍ଦନଙ୍କ ଫେରିବା ପରେ ସାରା ଦେଶରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏହି କ୍ରମରେ ଅଭିନନ୍ଦନଙ୍କ ସାହସିକତା ଦେଖି ରାଜସ୍ଥାନର ଅଲଓ୍ୱର ଜିଲ୍ଲାରେ ଏକ ପରିବାର ନିଜ ନବଜାତ ଶିଶୁର ନାମ ‘ଅଭିନନ୍ଦନ’ ରଖିଛନ୍ତି । ଏହାପୂର୍ବରୁ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ଏୟାର ଷ୍ଟ୍ରାଇକ୍‌ରେ ପାକିସ୍ତାନର ଜୈଶ-ଇ-ମହମ୍ମଦର ଆତଙ୍କବାଦୀକୁ ମିରାଜ-୨୦୦୦  ଯୁଦ୍ଧ ବିମାନ ନିଜର ଶକ୍ତି ଦେଖାଇବା ପରେ ଶିଶୁର ନାମ ‘ମିରାଜ’ ରଖିଥିଲେ ପରିବାର ଲୋକେ।

ରାଜସ୍ଥାନରେ ନିହାଲପୁରାର ଦୌସାରେ ଏକ ପରିବାର ନିଜର ନବଜାତ ଶିଶୁର ନାମ ଅଭିନନ୍ଦନ ରଖିଛନ୍ତି। ବିମଳେଶ ଶୁକ୍ରବାର ସାଢ଼େ ୩ଟା ସମୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ଶିଶୁର ଜନ୍ମ ପରେ ହିଁ ପିତା-ମାତା ନିଷ୍ପତ୍ତି ନେଇଥିଲେ କି ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ନାମରେ ତାଙ୍କ ଶିଶୁର ନାମ ରଖିବେ। ଏହି ମୁହୂର୍ତ୍ତକୁ ସାରା ଜୀବନ ମନେ ରଖିବା ପାଇଁ ପୁଅର ନାମକରଣ ଏପରି କରିଥିବା ପରିବାର ଲୋକେ କହିଛନ୍ତି।

ନବଜାତକଙ୍କ ମାଆଙ୍କ କହିବାନୁସାରେ, ‘ପୁଅ ୱିଂ କମାଣ୍ଡର ଅଭିନନ୍ଦନଙ୍କ ଭଳି ସାହସୀ ହେଉ।’

ଦୌସା ବ୍ୟତୀତ ରାଜସ୍ଥାନର ସାଙ୍ଗନେରରେ ନିଲମ ଟିକ୍କିବାଲ ଓ ରବି ଟିକ୍କିବାଲ ନିଜର ଶିଶୁର ନାମ ଅଭିନନ୍ଦନ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ନବଜାତ ଶିଶୁଟି ଶୁକ୍ରବାର ରାତି ସାଢ଼େ ୧୧ଟା ସମୟରେ ଜନ୍ମ ନେଇଥିଲା। କେବଳ ଏତିିକି ନୁହେଁ, ଉତ୍ତରପ୍ରଦେଶ ରାଏବରେଲିର ଇନ୍ଦିରା ନଗରରେ ବି ଏକ ପରିବାର ନିଜର ନବଜାତ ପୁଅର ନାମ ଅଭିନନ୍ଦନ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe