ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କିଛିଦିନ ହେବ ଏକ ଅଦ୍ଭୁଦ ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ କୁଖ୍ୟାତ ଅପରାଧୀକୁ ଧରିବା ପାଇଁ ପୁଲିସ ଦ୍ବାରା ରଖାଯାଇଥିବା ପୁରସ୍କାର ରାଶିକୁ ନେଇ ଲୋକେ ଥଟ୍ଟା ପରିହାସ କରିଛନ୍ତି।
ରାଜସ୍ଥାନର ଭରତପୁର ଜିଲ୍ଲାର ପୁଲିସ ଖୁବିରାମ ଜାଟ (ପଳାତକ) ନାମକ ଜଣେ ଅପରାଧୀକୁ ଧରିବା ପାଇଁ ୨୫ପଇସା ପୁରସ୍କାର ରାଶି ଘୋଷଣା କରିଛି।
ଏଭଳି ପୁରସ୍କାର ରାଶି ଅପରାଧୀର ମନୋବଳକୁ ଦୁର୍ବଳ କରିବା ପାଇଁ ଘୋଷଣା କରାଯାଇଛି ବୋଲି କୁହାଯାଉଛି। ଏଥିସହିତ ଲୋକଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ପ୍ରତିଥିବା ଆତଙ୍କକୁ ସମାପ୍ତ କରିବା ପାଇଁ ପୁଲିସ ଏହି ସ୍ବତନ୍ତ୍ର ପଦକ୍ଷେପ ନେଇଛି। କିନ୍ତୁ ଏଭଳି ରାଶି ଘୋଷଣା ପଛରେ ପୁଲିସର ବାସ୍ତବ ଉଦ୍ଦେଶ୍ୟ କ’ଣ ରହିଛି ତାହା ଖବର ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ପୋଷ୍ଟକୁ ଭରତପୁର ପୁଲିସର ଅଧିକାରିକ ହ୍ୟାଣ୍ଡେଲରେ ନଭେମ୍ବର ୧୫ ତାରିଖରେ ସେୟାର କରାଯାଇଛି। ଭାଇରାଲ ହେଉଥିବା ଏହି ପୋଷ୍ଟରେ ଏକ ପୋଷ୍ଟର ନଜର ଆସିଛି। ଯେଉଁଥିରେ ପଳାତକ ଅପରାଧୀର ପୂରା କାହାଣୀ ଉଲ୍ଲେଖ ରହିଛି।
ପୋଷ୍ଟରରେ ଦେଖିବାକୁ ମିଳୁଥିବା ଅପରାଧୀ ବିରୋଧରେ ଲଖନପୁର ଥାନରେ ମାଡ଼ମାରିବା, ହତ୍ୟା ଉଦ୍ୟମ ଓ ଅନୁସୂଚିତ ଜାତି/ଜନଜାତି ବିରୋଧରେ ଅତ୍ୟାଚାର ନିବାରଣ ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଷ୍ଟରେ ଏହା ବି ଲେଖା ହୋଇଛି କି ପଳାତକ ଅପରାଧୀ ବିରୋଧରେ ଯିଏ ବି ସୂଚନା ଦେବେ ତାଙ୍କ ପରିଚୟକୁ ଗୋପନ ରଖାଯିବ।
Follow Us