୯୯.୯୯ ପ୍ରତିଶତ ନମ୍ବର ରଖି ରାଜସ୍ଥାନର ନଳୀନ ଖଣ୍ଡେଲଓ୍ଵାଲ ନିଟ୍‌ ଟପ୍ପର

Advertisment
୯୯.୯୯ ପ୍ରତିଶତ ନମ୍ବର ରଖି ରାଜସ୍ଥାନର ନଳୀନ ଖଣ୍ଡେଲଓ୍ଵାଲ ନିଟ୍‌ ଟପ୍ପର

India Today

ନୂଆଦିଲ୍ଳୀ: ନେସ୍‌ନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍‍(ନିଟ୍‌) ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ରାଜସ୍ଥାନର ନଳୀନ ଖଣ୍ଡେଲଓ୍ଵାଲ୍‌। ସେ ସମୁଦାୟ ୭୨୦ରୁ ୭୦୧ ନମ୍ବର(୯୯.୯୯) ପ୍ରତିଶତ ରଖି ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଦିଲ୍ଲୀର ଭାବିକ ବନ୍‌ସାଲ୍‌ ଓ ଉତ୍ତରପ୍ରଦେଶର ଅକ୍ଷସତ କୌଶିକ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

କର୍ଣ୍ଣାଟକର ୨ ଜଣ ଛାତ୍ର ଟପ୍‌ ୫୦ ର‍୍ୟାଙ୍କ୍‌ରେ ରହିଛନ୍ତି। ରାଜଧାନୀ ଦିଲ୍ଳୀରେ ପାସ୍‌ ହାର ସର୍ବାଧିକ ରହିଛି। ଦିଲ୍ଳୀରେ ୭୪.୯୨ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୂରା ଦେଶରେ ପ୍ରଥମ ସ୍ଥାନରେ ରହିଛନ୍ତି।

publive-image Deccan Herald

ନିଟ୍‌ ପରୀକ୍ଷା ଫଳ ଛାତ୍ରଛାତ୍ରୀମାନେ ntaneet.nic.in କିମ୍ବା mcc.nic.in ଓଏବ୍‌ସାଇଟ୍‌ରେ ଦେଖିପାରୁଛନ୍ତି। ନେସ୍‌ନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଫଳାଫଳ ପ୍ରକାଶ ପାଇଛି।

ନିଟ୍‌ ପରୀକ୍ଷା ଗତ ମେ ୫ ଓ ମେ ୨୦ ତାରିଖରେ ହୋଇଥିଲା। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଏମ୍‌ବିବିଏସ୍‌/ ବିଡିସି ପାଠ ପଢ଼ିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe