ରାଜସ୍ଥାନ: ଭରତପୁରରେ ଗୋରୁ ଚାଲାଣ, ପୁଲିସ ଗୁଳିରେ ଛତ୍ରଭଙ୍ଗ ଦେଲେ ଚାଲାଣକାରୀ, ୪ ଗୋ-ମାତା ଉଦ୍ଧାର

Advertisment
ରାଜସ୍ଥାନ: ଭରତପୁରରେ ଗୋରୁ ଚାଲାଣ, ପୁଲିସ ଗୁଳିରେ ଛତ୍ରଭଙ୍ଗ ଦେଲେ ଚାଲାଣକାରୀ, ୪ ଗୋ-ମାତା ଉଦ୍ଧାର

ଜୟପୁର: ରାଜସ୍ଥାନର ଭରତପୁରରେ ଗୋରୁ ଚାଲାଣ କରୁଥିବା ବେଳେ ପୁଲିସ ଗୁଳିମାଡ କରିଛି। ଫଳରେ ୩ ଜଣ ଗୋରୁ ଚାଲାଣକାରୀ ଛତ୍ରଭଙ୍ଗ ଦେଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୁଲିସ ୪ଟି ଗୋରୁ ଉଦ୍ଧାର କରିବାରେ ସଫଳ ହୋଇଛି। ବିଗତ କିଛି ମାସ ମଧ୍ୟରେ ଭରତପୁର ଜିଲ୍ଲାରେ ଗୋରୁ ଚାଲାଣ, ଚାଲାଣକାରୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା ଚାଲିଥିଲା।

ଗତ ମେ’ ମାସରେ ଭରତପୁରର ମୁଗସ୍କୋ ଗ୍ରାମରେ ଗୋରୁ ଚାଲାଣକାରୀମାନେ ପୁଲିସ କର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ। ଏହି ସମୟରେ ୫୦ରୁ ଅଧିକ ଗୋରୁକୁ ହରିଆଣା ଚାଲାଣ କରାଯାଉଥିଲା। ଏହି ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଲାଣକାରୀଙ୍କ ଉପରକୁ ଗୁଳିମାଡ କରିଥିଲା। ଚାଲାଣକାରୀମାନେ ସେହି ସମୟରେ ପାହାଡ ଉପରେ ଥିଲେ। ସେଥିପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ ହୋଇଥିଲା। ପୁଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବତାର ସୁଯୋଗ ନେଇ ଚାଲାଣକାରୀମାନେ ଫେରାର ହୋଇଯାଇଥିଲେ କିନ୍ତୁ ୨୦ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe