‘ଜି ନିଉଜ୍‌’ ଆଙ୍କର୍‌ ରୋହିତରଞ୍ଜନଙ୍କୁ ରାଜସ୍ଥାନ, ଛତିଶଗଡ଼ ପୁଲିସ ଗିରଫ କରିପାରିବ ନାହିଁ: ସୁପ୍ରିମ୍‌ କୋର୍ଟ

Advertisment
‘ଜି ନିଉଜ୍‌’ ଆଙ୍କର୍‌ ରୋହିତରଞ୍ଜନଙ୍କୁ ରାଜସ୍ଥାନ, ଛତିଶଗଡ଼ ପୁଲିସ ଗିରଫ କରିପାରିବ ନାହିଁ: ସୁପ୍ରିମ୍‌ କୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ପୁଲିସ ରୁଜୁ କରିଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ବିବୃତ ଭିଡିଓ ପ୍ରସାରଣ ମାମଲାରେ ‘ଜି ନିଉଜ୍‌’ର ଉପସ୍ଥାପକ ରୋହିତରଞ୍ଜନଙ୍କୁ ବର୍ତ୍ତମାନ ଗିରଫ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।

କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼ ଓ ରାଜସ୍ଥାନରେ ମାମଲାର ସମ୍ମୁଖୀନ ହୋଇ ଟେଲିଭିଜନ ଉପସ୍ଥାପକ ରୋହିତରଞ୍ଜନ କୌଣସି ଜୋର୍‌ଜବରଦସ୍ତି କାର୍ଯ୍ୟାନୁଷ୍ଠାନ ଏବଂ ଗିରଫଦାରୀରୁ ରକ୍ଷା ପାଇବା ଲାଗି ସୁପ୍ରିମ୍‌ କୋର୍ଟରେ ନିବେଦନ କରିଥିଲେ। ତାଙ୍କ ତରଫରୁ ସୁପ୍ରିମ୍‌ କୋର୍ଟରେ ‘କରଞ୍ଜୱାଲା ଆଣ୍ଡ୍‌ କୋ’ର ଓକିଲମାନେ ପିଟିସନ୍‌ ଦାଏର କରିଥିଲେ।

publive-image Image Courtesy of CNBC

ତାଙ୍କ ଆବେଦନର ଶୁଣାଣି କରି ବିଚାରପତି ଇନ୍ଦିରା ବାନାର୍ଜୀ ଏବଂ ଜେ. କେ. ମାହେଶ୍ବରୀଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି।

କେରଳର ପାର୍ଟି ଅଫିସ୍‌ ଆକ୍ରମଣକାରୀମାନେ ପିଲା ଏବଂ ସେମାନଙ୍କ ଲାଗି ତାଙ୍କ ମନରେ ଖରାପ ଭାବନା ନାହିଁ ବୋଲି ରାହୁଲ୍‌ ଗାନ୍ଧୀ କହିଥିବା ଭିଡିଓଟିକୁ ରୋହିତରଞ୍ଜନ ଟେଲିଭିଜନ୍‌ରେ ପ୍ରସାରଣ କରିଥିଲେ। କିନ୍ତୁ, ଅଭିଯୋଗ ହୋଇଥିଲା କି, ସେ ଭିଡିଓଟିକୁ ଏଭଳି ବିକୃତ କରାଯାଇ ଥିଲା ଯେ, ସେଥିରେ ରାହୁଲ୍‌ ଗାନ୍ଧୀ ଉଦୟପୁର ଦରଜୀ ହତ୍ୟା ଉପରେ ବିବୃତି ଦେଇଥିବା ଭଳି ମନେହେଉଥିଲା।

ସୂଚନାଯୋଗ୍ୟ, ତାଙ୍କୁ ଗିରଫ କରିବା ଲାଗି ମଙ୍ଗଳବାର ଦିନ ଛତିଶଗଡ଼ର ଏକ ପୁଲିସ ଟିମ୍‌ ଉତ୍ତର ପ୍ରଦେଶର ଗାଜିଆବାଦ ସହର‌ରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିଲେ। କିନ୍ତୁ, ସେତେବେଳକୁ ନଇଡ଼ା ପୁଲିସ ତାଙ୍କୁ ଗିରଫ କରି ନେଇ ରାତିରେ ଜାମିନରେ ଛାଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe