ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ସମନ୍‌

Advertisment
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ସମନ୍‌

IndiaToday

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇ ଆଗ୍ରାସେନ ଗେହଲୋଟଙ୍କୁ ଆଜି (ରବିବାର) ସମନ ଜାରି କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ। ବେଆଇନ ସାର ରପ୍ତାନି ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପୁଣି ଥରେ ସମନ୍‌ କରାଯାଇଛି। ଆସନ୍ତାକାଲି (ସୋମବାର) ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବାକୁ ଆଗ୍ରାସେନ ଗେହୋଲଟଙ୍କୁ ଜାରି ସମନ୍‌ରେ କୁହାଯାଇଛି।

ସୂତ୍ରରୁ ପ୍ରକାଶ ଯେ ଶ୍ରୀ ଗେହଲୋଟ୍‌ ତାଙ୍କ ଓକିଲଙ୍କ ସହ ଜାତୀୟ ରାଜଧାନୀରେ ଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ମୁଖ୍ୟାଳୟକୁ ଆସିବେ। ଶ୍ରୀ ଗେହଲୋଟ୍‌ ଗତ ମାସରେ ମଧ୍ୟ ଦିଲ୍ଲୀର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଥିଲେ। ସାର ରପ୍ତାନିରେ ହୋଇଥିବା ଅନିୟମିତତା ସହିତ ଜଡିତ ଏହି ମାମଲାରେ ତାଙ୍କୁ ପୂର୍ବରୁ ପଚରାଉଚରା କରାଯାଇଥିଲା। କିନ୍ତୁ ଅନୁସନ୍ଧାନକାରୀ ସଂସ୍ଥାର କାର୍ଯ୍ୟରୁ ମୁକ୍ତି ମାଗି କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ନିକଟରେ ରାଜସ୍ଥାନ ହାଇକୋର୍ଟ ତାଙ୍କୁ ଅନୁସନ୍ଧାନରେ ତଦନ୍ତକାରୀ ସଂସ୍ଥା ସହ ସହଯୋଗ କରିବାକୁ କହିଥିଲେ ଏବଂ ତାଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଜୁଲାଇରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ରାଜସ୍ଥାନରେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିଲା। ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ଏବଂ ତାଙ୍କ ତତ୍କାଳୀନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କ ମଧ୍ୟରେ ରାଜନୈତିକ ବିବାଦ ଆରମ୍ଭ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe