ମାସ୍କ ନଖୋଲି ଚରଣାମୃତ କେମିତି ପିଇଲେ ଗେହଲଟ? ଭିଡିଓ ଭାଇରାଲ ପରେ ‌ଟ୍ରୋଲ କଲେ ଲୋକେ

Advertisment
ମାସ୍କ ନଖୋଲି ଚରଣାମୃତ କେମିତି ପିଇଲେ ଗେହଲଟ? ଭିଡିଓ ଭାଇରାଲ ପରେ ‌ଟ୍ରୋଲ କଲେ ଲୋକେ

ଉଦୟପୁର: ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ମାସ୍କ ଆମ ସମସ୍ତ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ୨୦୨୨-୨୨ ମଧ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ମାସ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ହେଲେ ଖାଇବା କିମ୍ବା ପାଣି ପିଇବା ସମୟରେ ମାସ୍କ ଖୋଲିପାରିବେ ବୋଲି କହିଛନ୍ତି ସରକାର। କିନ୍ତୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମାସ୍କ ପିନ୍ଧି ଚରଣାମୃତ ପିଇବାର ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗେହଲଟ୍ ଏକ ମନ୍ଦିର ପରିଦର୍ଶନ କରିବା ସମୟରେ ମୁହଁରୁ ମାସ୍କ ବାହାର ନକରି ଚରଣାମୃତ ପିଉଥିବା ଦେଖାଯାଇଥିଲା। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଲୋକେ ତାଙ୍କର ମଜାକ ଉଡାଉଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଏହି ଭିଡିଓ ଜୈସଲମେରର ପ୍ରସିଦ୍ଧ ରାମଦେବରା ମନ୍ଦିରର ବୋଲି ଜଣାପଡ଼ିଛି। ଏହି ମନ୍ଦିରକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସେପ୍ଟେମ୍ବର ୨ରେ ଦର୍ଶନ ପାଇଁ ପହଞ୍ଚିଥିଲେ। ହେଲେ ଘଟଣାର ୪ଦିନ ପରେ ମଙ୍ଗଳବାର ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ଆରମ୍ଭ କରିଛି। ଅଧିକରୁ ଅଧିକ ଲୋକମାନେ ଏହାକୁ ବହୁତ ସଂଖ୍ୟାରେ ସେୟାର କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ମିମ୍ ମଧ୍ୟ ତିଆରି କରାଯାଉଛି। ଅନେକ ଲୋକ ଏହାକୁ ରାଜନୀତିର ଯାଦୁଗର କୁହାଯାଉଥିବା ଗେହଲଟଙ୍କ ଆଉ ଏକ 'ଯାଦୁ' ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe